ହେତୁବାଦୀଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କଲେ ଆଇନଜୀବୀ ସୁରେଶ ପଣ୍ଡା

ହେତୁବାଦୀଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କଲେ ଆଇନଜୀବୀ ସୁରେଶ ପଣ୍ଡା

ହେତୁବାଦୀଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କଲେ ଆଇନଜୀବୀ ସୁରେଶ ପଣ୍ଡା

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଗତ ୨୫ ତାରିଖରେ ହୋଇଥିବା ସୂର୍ଯ୍ୟ ପରାଗରେ ବିଭିନ୍ନ ଜ୍ୟୋତିର୍ବିତମାନଙ୍କ ମତ ଅନୁଯାୟୀ ଗ୍ରହଣ ଲାଗୁଥିବା ସମୟରେ ଲୋକମାନେ ଆମିଷ ବା ଗରିଷ୍ଠ ଖାଦ୍ୟ ଗ୍ରହଣ କରିବା ଅନୁଚିତ । ହେଲେ ହେତୁବାଦୀମାନେ ରାଜଧାନୀରେ ଚିକେନ୍ ବିରିୟାନି ଖାଇବା ବିବାଦ ଏବେ ତେଜିବାରେ ଲାଗିଛି । ଏଭଳି ସ୍ପର୍ଶକାତର ଘଟଣା ସମସ୍ତ ହିନ୍ଦୁବାଦୀଙ୍କ ମନକୁ ଶକ୍ତ ଆଘାତ ଦେଇଛି । ହେତୁବାଦୀ ସଙ୍ଗଠନ ନାମରେ ବୋଲାଉଥିବା କିଛି ଅଣ ହିନ୍ଦୁ ବ୍ୟକ୍ତିମାନେ ଏହି ନୀତି ନିୟମକୁ ଭଙ୍ଗ କରି ଦଳିଚକଟି ଦେଇଥିବା ବିଶ୍ୱ ଗୋ ସୁରକ୍ଷା ବାହିନୀର ରାଜ୍ୟ ସଭାପତି ତଥା ଆଇନଜୀବୀ ସୁରେଶ କୁମାର ପଣ୍ଡା ଅଭିଯୋଗ ଆଣିଛନ୍ତି ।
ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ହେତୁ ବାଦୀଙ୍କ ଏପରି କାର୍ଯ୍ୟକଳାପ ତଥା ହିଦୁ ଧର୍ମକୁ କୁଠାରଘାତ କରିଥିବା ବ୍ୟକ୍ତିବିଶେଷଙ୍କୁ ଦୃଢ଼ ନିନ୍ଦା କରିଛନ୍ତି । ଯଦି ଆଗକୁ ଏହି ଘଟଣାର ପୁନରାବୃତ୍ତି ଘଟେ ତେବେ ପରିସ୍ଥିତି ଜଟିଳ ହେବ । ଏଥିସହ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ସମସ୍ତ ହିନ୍ଦୁ ଧର୍ମୀମାନେ ଏହାର ଦୃଢ ଜବାବ କରିବେ ବୋଲି ଆଇନଜୀବୀ ଶ୍ରୀ ପଣ୍ଡା କହିଛନ୍ତି । ତେବେ ଏହି ଘଟଣା ସାରା ରାଜ୍ୟବାସୀଙ୍କ ମନରେ ଆଘାତ ଦେଇଥିବାବେଳେ ହେତୁବାଦୀଙ୍କ ଏଭଳି ମନ୍ତବ୍ୟକୁ ହିନ୍ଦୁ ଧର୍ମୀମାନେ ଦୃଢ଼ ବିରୋଧ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ