ହାଇଲେବଲ କେନାଲରେ ୩୦ଫୁଟ୍‌ର ଘାଇ: ନଦୀବନ୍ଧ ତଥା ସାଇଫନ୍ ସୁରକ୍ଷାନେଇ ପ୍ରଶ୍ନବାଚୀ

ହାଇଲେବଲ କେନାଲରେ ୩୦ଫୁଟ୍‌ର ଘାଇ: ନଦୀବନ୍ଧ ତଥା ସାଇଫନ୍ ସୁରକ୍ଷାନେଇ ପ୍ରଶ୍ନବାଚୀ

ହାଇଲେବଲ କେନାଲରେ ୩୦ଫୁଟ୍‌ର ଘାଇ: ନଦୀବନ୍ଧ ତଥା ସାଇଫନ୍ ସୁରକ୍ଷାନେଇ ପ୍ରଶ୍ନବାଚୀ


ଟାଙ୍ଗୀ(ଏନ୍‌.ଏମ୍‌.): ମହାନଦୀର ଚୌଦ୍ୱାର ବ୍ୟାରେଜରୁ ବାହାରି ଯାଜପୁର ଜିଲ୍ଲାକୁ ଲମ୍ବିଥିବା ସର୍ବପୂରାତନ ହାଇଲେବଲ କେନାଲର ଟାଙ୍ଗୀ ନିକଟରେ ପ୍ରାୟ ୩୦ଫୁଟ୍‌ର ଘାଇ ସୃଷ୍ଟିହେବା ଘଟଣା ସୋମବାର ସ୍ଥାନୀୟ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି କରିଛି । ଧନଜୀବନ କିମ୍ବା କୃଷିକ୍ଷେତର କୌଣସି କ୍ଷତି ଘଟିନଥିବା ଜାଣିବାକୁ ମିଳିଥିବାବେଳେ ଜଳସ୍ତର କମିବା ବିଳମ୍ବ ଯୋଗୁଁ ସନ୍ଧ୍ୟାସୁଦ୍ଧା ବନ୍ଧାଇବା କର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ୫୦କିମି ଦୀର୍ଘ ଉକ୍ତ କେନାଲର ମାତ୍ର ୧୦କିମି କଟକସ୍ଥିତ ମହାନଦୀ ନର୍ଥ ଡିଭିଜନ୍ ଅଧୀନରେ ରହିଛି । ଉକ୍ତ ୧୦କିମି କେନାଲ ବନ୍ଧ ତଥା ସାଇଫନ୍ ସୁରକ୍ଷା ନିମନ୍ତେ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ତାହା ବାସ୍ତବତା ଠାରୁ ବହୁ ଦୂରରେ ରହିଛି । ଦୁର୍ବଳ ବନ୍ଧ ଯୋଗୁଁ କେଉଁଠି ରାସ୍ତା ତ କେଉଁଠି ସାଇଫନ୍ ଡେଉଁଛି କେନାଲ ଜଳ । ହରିଅନ୍ତା ପଞ୍ଚୟତ ବିଲତେରୁଆଁ ସାଇଫନ୍‌କୁ ବାଲିବସ୍ତା ଦ୍ୱାରା ସୁରକ୍ଷା ପ୍ରଦାନ କରାଯାଇଥିବାବେଳେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି ଟାଙ୍ଗୀ ନିକଟସ୍ଥ ସାତମାଇଲ ସାଇଫନ୍‌ରେ । ଫଳରେ କେନାଲ ବନ୍ଧରେ ପ୍ରଥମେ ଘଳିଆ ଓ ପରେ ଘାଇ ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଘାଇକୁ ବନ୍ଧାଇବା ନିମନ୍ତେ ବିଭାଗୀୟ ଯନ୍ତ୍ରୀ ତଥା କର୍ମଚାରୀ କେନାଲ ବନ୍ଧ ରାସ୍ତାରେ ବାଲି ଗଦାକରିବା ଫଳରେ ଟାଙ୍ଗୀ-କ୍ଷେତ୍ରପାଳ-ଉଚ୍ଚପଦା ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ ହେବା ଚର୍ଚ୍ଚାକୁ ଆସିଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ