ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି

ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି

ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି

ଫାଇଲ ଫଟୋ ହାଇଦର

କଟକ (ଏନ୍‌.ଏମ୍‌.): କୁଖ୍ୟାତ ଅପରାଧୀ ହାଇଦରକୁ ଏନକାଉଣ୍ଟର ଘଟଣାରେ ଓଏଚଆରସି (ମାନବାଧିକାର କମିଶନ) ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରରେ କମିଶନ ମାମଲା ରୁଜୁ କରିବା ସହ ଗୃହ ବିଭାଗ ଏସିଏସ୍‌, ପୁଲିସ ଡିଜି, ଜେଲ୍ ବିଭାଗ ଡିଜି ଓ ଟୁଇନ ସିଟି ପୁଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଓଏଚ୍‌ଆରସି ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏନକାଉଣ୍ଟର ପରେ, ଚୌଦ୍ୱାର ମଣ୍ଡଳ କାରାଗରରେ ବନ୍ଦୀ ଥିବାବେଳେ ହାଇଦରକୁ କାହିଁକି ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା? ଏ ନେଇ ପୁଲିସର କିଛି ଚକ୍ରାନ୍ତ ଥିଲାକି ? ହାଇଦରକୁ ଏନକାଉଣ୍ଟ କରିବା ପଛରେ କିଛି ରହସ୍ୟ ରହିଛି କି? ଏସସିବିରୁ ଫେରାର ହେବାର ଗୁମର ଫିଟିଲେ ପୁଲିସ ବିଭାଗକୁ କିଛି କ୍ଷତି ପହଞ୍ôଚଥାନ୍ତା କି? ଏଭଳି ଅନେକ ଅସମାହିତ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି ।
ତେବେ ଏହି ସବୁ ପ୍ରଶ୍ନର ସମାଧାନ ନିମନ୍ତେ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଏହାର ଉତ୍ତର ରଖିଛନ୍ତି । ଜେଲ୍ ଡିଜି ଶ୍ରୀ ଉପାଧ୍ୟାୟ ଦେଇଥିବା ସୂଚନା ଅନୁଯାୟୀ, ଅପରେସନ କ୍ଲିନ୍ ଅପ୍ ଅନୁଯାୟୀ, ଗୋଟିଏ ଜେଲରେ ଏକାଧିକ ଦୁର୍ଦ୍ଦାନ୍ତ ଅପରାଧୀ ଏକାଠି ହୋଇ ରହିପାରିବେ ନାହିଁ । ନଚେତ ସେମାନେ କୌଣସି ପ୍ରକାର ଅଘଟଣ ଘଟାଇବାର ଆଶଙ୍କା ରହିଥାଏ । ତେଣୁ ମଝିରେ ମଝିରେ ଏହାର ତଦାରଖ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ହାର୍ଡକୋର କ୍ରିମିନାଲ ହାଇଦରର ଘର କେନ୍ଦ୍ରାପଡ଼ାରେ ହୋଇଥିବାବେଳେ ସେ ଚୌଦ୍ୱାର ଜେଲରେ ଥିଲା । ସେଠାରେ ମଧ୍ୟ ହାଇଦରର କିଛି ସହଯୋଗୀ କଏଦୀ ଭାବେ ଅଛନ୍ତି । ତେଣୁ ସେ ଚୌଦ୍ୱାରରେ ରହିଲେ ଅଧିକ କ୍ରାଇମ ଘଟାଇପାରେ ଓ ଅଧିକ କ୍ରିମିନାଲଙ୍କ ସହ ମିଶିପାରେ ବୋଲି ଆଶଙ୍କା କରାଯାଇଥିଲା । ସେଥିପାଇଁ କଟକ ଡିସିପିଙ୍କ ମତାମତ ମଧ୍ୟ ନିଆଯାଇଥିଲା । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ହାଇଦରକୁ ବାରିପଦା କୋର୍ଟକୁ ସ୍ଥାନାନ୍ତର କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତାକୁ ପୁଲିସ୍ ଏସକର୍ଟରେ ବାରିପଦା ନିଆଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆଠାରେ ଏପରି ଏକ ଘଟଣା ଘଟିଗଲା । ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ୧୨ଟା ୪୦ ମିନିଟରେ ଏସକର୍ଟ ଟିମ ସହ ହାଇଦରକୁ ବାରିପଦା ସ୍ଥାନାନ୍ତର କରାଯାଉଥିବାବେଳେ ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ ସମୟରେ ସିମୁଳିଆ ନିକଟରେ ସେ ପରିସ୍ରା ଯିବା ପାଇଁ ଗାଡ଼ି ରଖିବାକୁ କହିଥିଲା । ଗାଡ଼ି ରହିବା ପରେ ସେ ପରିସ୍ରା ଯିବା ପାଇଁ ହାତ ଖୋଲିବାକୁ କହିଥିଲା । ସୁରକ୍ଷା କର୍ମୀମାନେ ହାତ ଖୋଲିବା ପରେ ଏହାର ସୁଯୋଗ ନେଇ ହାଇଦର ଜଣେ ସୁରକ୍ଷାକର୍ମୀଙ୍କ ଠାରୁ ଏକେ-୪୭ ଛଡ଼ାଇ ନେଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା । ପୁଲିସ୍ ତାକୁ ବୁଝାଇବାକୁ ପ୍ରୟାସ କରିଥିଲା । କିନ୍ତୁ ହାଇଦର ବୁଝି ନଥିଲା ବରଂ ହିନ୍ଦିରେ ଗାଲିଗୁଲଜ କରିବା ସହ ସୁରକ୍ଷା କର୍ମୀଙ୍କୁ ଉକ୍ତ ବନ୍ଧୁକ ଦେଖାଇ ଧମକ ଦେଇଥିଲା । ମାତ୍ର ସେ ଫେରାର ହେବାକୁ ଉଦ୍ୟମ କରିବାରୁ ଏବଂ ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ବାଧ୍ୟ ହୋଇ ପୁଲିସ୍ ପକ୍ଷରୁ ଗୁଳିଚାଳନା କରାଯାଇଥିବା ଥାନାରେ ଦିଆଯାଇଥିବା ଏତଲାରେ ସ୍ପଷ୍ଟ କରାଯାଇଛି । ତେବେ ଗତକାଲି ହାଇଦରର ପତ୍ନୀ ଓ ୨ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇଥିଲା । ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିଲା । ସେଥିରୁ ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି । ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିବା ବାଲେଶ୍ୱର ଏଡିଏମ୍‌ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି ।

 

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ