ହଷ୍ଟେଲ ନିମ୍ନମାନର ଖାଦ୍ୟ ଖାଇ ବହୁ ଛାତ୍ରୀ ଗୁରୁତର

ହଷ୍ଟେଲ ନିମ୍ନମାନର ଖାଦ୍ୟ ଖାଇ ବହୁ ଛାତ୍ରୀ ଗୁରୁତର

ହଷ୍ଟେଲ ନିମ୍ନମାନର ଖାଦ୍ୟ ଖାଇ ବହୁ ଛାତ୍ରୀ ଗୁରୁତର

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ନିମ୍ନମାନର ଖାଦ୍ୟ ଖାଇ ହଷ୍ଟେଲରେ ବହୁ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଉକ୍ତ ହଷ୍ଟେଲର ୮ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ଅଭିଯୋଗ ଅନୁଯାୟୀ ସବୁବେଳେ ପିଲାମାନଙ୍କୁ ଦିଆ ଯାଉଥିଲା ବାସି ଖାଦ୍ୟ । ପୂର୍ବ ଦିନ ରୋଷେଇରୁ ଯାହା ବଳୁଥିଲା ତାକୁ ଖାଇବାକୁ ପିଲାମାନଙ୍କୁ ଏକ ପ୍ରକାର ବାଧ୍ୟ କରା ଯାଉଥିଲା । ସରକାରୀ ନିୟମ ମୁତାବକ ଖାଦ୍ୟ ଦିଆ ଯାଉ ନଥିଲା । ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଅନୁସୂଚିତ ଜାତି ଏବଂ ଜନଜାତିର ଛାତ୍ରୀମାନଙ୍କ ପାଇଁ ଆଠଗଡ଼ ବ୍ଲକ ମାଧପୁର ଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲ ପରିଚାଳନାର ଏଭଳି ବିକଳ ଚିତ୍ର ସବୁ ଆଜି ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲିର ବଳକା ବାସି ଖାଦ୍ୟ ଖାଇ ଏହି ବାଳିକା ଉଚ୍ଚ ବିଦ୍ୟାଳୟର ୮ଜଣ ଛାତ୍ରୀ ଗୁରୁତର ହେବାରୁ ସେମାନଙ୍କୁ ତୁରନ୍ତ ନିକଟସ୍ଥ ଗୋପବନ୍ଧୁ ଆର‌୍ୟୁବିଜ୍ଞାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ଜଣ ଛାତ୍ରୀ ସାମାନ୍ୟ ସୁସ୍ଥ ହୋଇ ଫେରିଛନ୍ତି । ହେଲେ ଏବେ ବି ୩ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ ସେହି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନେ ହେଲେ ମାମା ନାଏକ, ଧାନି ବେଶ୍ରା, ଜୁବିତା ରାଉତ ବୋଲି ଜଣାପଡ଼ିଛି । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏହି ସରକାରୀ ଉଚ୍ଚ ବିଦ୍ୟାଳୟରେ ସମଗ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଝିଅମାନେ ଆସି ହଷ୍ଟେଲ ରେ ରହି ପାଠ ପଢ଼ୁଛନ୍ତି । ଖବର ପାଇ କଟକ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଦାଇତ୍ୱ ରେ ଥିବା ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଅଳକା ମଲ୍ଲିକଙ୍କୁ ଦାଇତ୍ୱରୁ ହଟାଇବା ସହିତ ତାଙ୍କୁ ଆଉ କେବେ ବି ଏହି ଦାଇତ୍ୱରେ ନରହିବା ପାଇଁ ଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅନ୍ୟ ପକ୍ଷରେ ଏ ବାବଦରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ଘଡ଼େଇଙ୍କୁ ଏ ବାବଦରେ ପଚାରିବାରୁ ସେ ଏହାକୁ ସ୍ୱୀକାର କରିବା ସହିତ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ଏଭଳି କାର୍ଯ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଚିକିତ୍ସିତ ହେଉଥିବା ସମସ୍ତ ଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଛି । ଆଜିର ଏଭଳି ଅଭାବନୀୟ ପରିସ୍ଥିତି ପରେ ବିଦ୍ୟାଳୟ ହଷ୍ଟେଲରେ ନିୟମ ମୁତାବକ ଖାଦ୍ୟ ଦିଆ ଯାଉ ନଥିବା ଛାତ୍ରୀମାନଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦିଆଯାଇଥିଲା । ଅଭିଯୋଗ ପାଇବା ପରେ ଖାଦ୍ୟ ଏବଂ ହଷ୍ଟେଲ ଦାଇତ୍ୱରେ ଥିବା ସମସ୍ତ କର୍ମଚାରୀମାନଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀ ତାଗିଦ୍ କରିବା ସହିତ ସରକାରଙ୍କ ନିୟମ ମୁତାବକ ଖାଦ୍ୟ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ