ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟରେ ବିଶ୍ୱ ଯୋଗ ଦିବସ
ଜଗତପୁର(ଏନ୍.ଏମ୍): ଜଗତପୁରସ୍ଥିତ ନିମପୁର ପୁରୁଣା ଶିଳ୍ପାଞ୍ଚଳ ପାଶ୍ୱର୍ରେ ଥିବା ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଯୋଗ ଦିବସରେ ସ୍ୱାମୀ ସମର୍ପଣାନନ୍ଦ ଗିରି, ସ୍ୱାମୀ ସୁଧାନନ୍ଦ ଗିରି, ସ୍ୱାମୀ ବିଜ୍ଞାନାନନ୍ଦ ଗିରି, ଡକ୍ଟର ଧ୍ରୁବଚରଣ ମହାପାତ୍ର, ପ୍ରଶାନ୍ତ ବାବା, ତ୍ରିଜିବ ଦାସ, ଡକ୍ଟର ଜିତେନ୍ଦ୍ର କେପି, ଡକ୍ଟର ସସ୍ମିତା ଦାସ(ବ୍ୟାଙ୍ଗଲୋର) ଲୋକମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ । ଏହି ଯୋଗ ଶିକ୍ଷା ଆଜି ଠାରୁ ପ୍ରାୟ ୧୦ ଦିନ ଧରି ସକାଳ ୬ ଘଟିକାରୁ ୭ଟା ୩୦ ପ୍ରର୍ଯ୍ୟନ୍ତ ଚାଲିବ ବୋଲି ଜଗତପୁରସ୍ଥିତ ପ୍ରଜ୍ଞାନ ମିଶନ ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟରତ୍ସାଳୟର ମୁଖ୍ୟ ପରିଚାଳକ ରଶ୍ମି ରଞ୍ଜନ ମିଶ୍ର ସୁଚନା ଦେଇଥିଲେ । ଦୀର୍ଘ ୨୦ବର୍ଷ ହେବ ମାଗଣାରେ ଡାକ୍ତରଙ୍କ ଦ୍ୱାରା ମାଗଣାରେ ଚିକିତ୍ସା କରାଯାଇ ୨ଟଙ୍କାରେ ଔଷଧ ଦିଆଯାଉଥିଲା ବେଳେ ୨୦୨୧ ମସିହାରୁ ୧୦ ଟଙ୍କାରେ ଔଷଧ ରୋଗୀମାନଙ୍କୁ ଦିଆଯାଉଛି । ଫିଜୋଥେରାପି ୩୫ ଟଙ୍କା ଓ ସ୍ୱଳ୍ପ ଅର୍ଥରେ ରକ୍ତ ପରୀକ୍ଷା ଠାରୁ ଆରମ୍ଭ କରି ମାଗଣାରେ ବିଭିନ୍ନ ଡାକ୍ତର, ପ୍ରଫେସର ଓ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ରୋଗୀମାନଙ୍କର ରୋଗ ପରୀକ୍ଷା କରାଯାଏ । ମୁଖ୍ୟତଃ ଆଜି ବିଶ୍ୱ ଯୋଗ ଦିବସରେ ମଧୁମେୟ ନିରାକରଣ ଉପରେ ଯୋଗ ଶିକ୍ଷା ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଏହି ଦାତବ୍ୟ ଚିକିତ୍ସାଳୟରେ ପ୍ରତିଦିନ ଶହ ଶହ ରୋଗୀମାନେ ଏହି ଚିକିତ୍ସାଳୟରେ ଭିଡ ଦେଖିବାକୁ ମିଳିଥାଏ । ଦାତବ୍ୟ ଚିକିତ୍ସାଳୟର ସ୍ୱାଧିନ ଜେନା, ପୂର୍ଣ୍ଣିମା ଲେଙ୍କା, ସୁବତ୍ର ଚୌଧୁରୀ, କାର୍ତ୍ତିକ ନାୟକ, ସଂଗ୍ରାମ ସ୍ୱାଇଁ, ବିସ୍ମିତା ରାଉତ, ମୋନାଲିସା ଭୂୟାଁ, ବିକାଶ ମହାନ୍ତି, ରଞ୍ଜିତା ନାୟକ, ସମୀର ପାଟ୍ଟଜୋଶୀ ଓ ହରପ୍ରିୟା ବେହେରା ପ୍ରମୁଖ ସହଯୋଗ କରିଥିଲେ ।