ହଠାତ ଫେଲ ହେଲା ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ
ନୂଆଦିଲ୍ଲୀ (ଏଜେନ୍ସି): ହଠାତ ଫେଲ ହୋଇଯାଇଛି ସୋସିଆଲ ମିଡିଆ । ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ସେବା ଠପ୍ ହୋଇ ଯାଇଛି । ସୋମବାର ରାତି ପ୍ରାୟ ୯.୧୫ ମିନିଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ସେବାର ସର୍ଭର ଡାଉନ୍ ହୋଇଥିବା ଜଣାପଡ଼ିଛି । ଏହି କାରଣରୁ ୟୁଜରମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରିଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ ବିଭିନ୍ନ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ତେବେ କେଉଁ କାରଣ ପାଇଁ ଏହି ସେବା ବନ୍ଦ ହୋଇ ତାହା ଜଣା ପଡ଼ିନାହିଁ । ଖବର ପ୍ରସାରିତ ହେବା ପରେ ଫେସବୁକ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି, ଫେସବୁକ୍ ଏକ ବିବୃତ୍ତିରେ କହିଛି, କିଛି ଲୋକେ ଆମ ଆପ୍ସ ଓ ପ୍ରଡକ୍ଟ ବ୍ୟବହାର କରିବାରେ ସମସ୍ୟାର ସାମ୍ନା କରୁଥିବା ଆମେ ଜାଣିବାକୁ ପାଇଲୁ । ଖୁବଶୀଘ୍ର କିପରି ସବୁକିଛି ପୂର୍ବାବସ୍ଥାକୁ ଫେରିଆସିବ, ସେ ନେଇ ଆମେ କାମ ଚଳାଇଛୁ । ବ୍ୟାଘାତ ପହଞ୍ଚିଥିବାରୁ ଆମେ ଦୁଃଖିତ । କୁହାଯାଉଛି ଯେ ଭାରତ ସମେତ କିଛି ଦେଶରେ ଲୋକଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଏହି କାରଣରୁ ଟ୍ୱିଟରରେ ମଧ୍ୟ ଲୋକେ ଲଗାତର ଅଭିଯୋଗ କରୁଛନ୍ତି । ଖବର ଲେଖା ହେଲା ବେଳକୁ ତିନୋଟି ଯାକ ସୋଶାଲ ମିଡିଆ ପ୍ଲାଟଫର୍ମରେ ‘ଏରର’ ଦେଖିବାକୁ ମିଳିଛି । ହ୍ୱାଟ୍ସଆପରେ ଯେଉଁଠି ମେଜେସ୍ ପଠାଇବା ସମସ୍ୟା ଉପୁଜୁଛି, ଅନ୍ୟପଟେ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ ଦେଖିବା କିମ୍ବା ପୋଷ୍ଟ କରିବାରେ ସମସ୍ୟା ହେଉଛି । ଏହା ବ୍ୟତୀତ ଫେସବୁକ୍ ପେଜ୍ ମଧ୍ୟ ଲୋଡ୍ ନେଉନାହିଁ । ୱେବ ସର୍ଭିସକୁ ୟକ୍ଟଙ୍ଗଦ୍ଭୟରଗ୍ଧରମଗ୍ଧକ୍ଟକ୍ସ.ସଦ୍ଭରେ ଅନେକ ଉପଭୋକ୍ତାଙ୍କ ଠାରୁ ଅଭିଯୋଗ ଆସିଛି । ଭାରତରେ ଫେସବୁକର ୪୧୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି ଏବଂ ଏହାର ହ୍ୱାଟ୍ସଆପ୍ ମେସେଞ୍ଜର ୫୩୦ ମିଲିୟନ ଉପଭୋକ୍ତା ଅଛନ୍ତି । ଯାହା ଦେଶକୁ ଏହାର ସବୁଠାରୁ ବଡ଼ ବଜାର ଭାବରେ ବିବେଚନା କରୁଛି । ଇନଷ୍ଟାଗ୍ରାମରେ ଭାରତରେ ୨୧୦ ମିଲିୟନରୁ ଅଧିକ ଉପଭୋକ୍ତା ରହିଛନ୍ତି । ତେବେ ସମସ୍ତ ଉପଭୋକ୍ତା ଏହି ସେବାରୁ ବଞ୍ôଚତ ରହିଛନ୍ତି ।