ହଟିଲା ସପ୍ତାହାନ୍ତ ସଟଡାଉନ: ରାତି ୧୦ଟା ଯାଏଁ ଖୋଲିବ ଦୋକାନ ବଜାର

ହଟିଲା ସପ୍ତାହାନ୍ତ ସଟଡାଉନ: ରାତି ୧୦ଟା ଯାଏଁ ଖୋଲିବ ଦୋକାନ ବଜାର

ହଟିଲା ସପ୍ତାହାନ୍ତ ସଟଡାଉନ: ରାତି ୧୦ଟା ଯାଏଁ ଖୋଲିବ ଦୋକାନ ବଜାର


# ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ଧିରେଧିରେ ହ୍ରାସ ପାଉଥିବା ବେଳେ ସେପ୍ଟେମ୍ବର ମାସ ପାଇଁ କଟକଣା କୋହଳ କରାଯାଇଛି । ତେବେ କରୋନା ମହାମାରୀକୁ ନେଇ ସେପ୍ଟେମ୍ବର ମାସର ଗାଇଡ ଲାଇନ୍ ଜାରି ହୋଇଛି । ଏନେଇ ସ୍ୱେତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ଘାଷଣା କରିଛନ୍ତି । ନୂଆ ଗାଇଡଲାଇନ ଆସନ୍ତା ଅକ୍ଟୋବର୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ନୂଆ ଘୋଷଣା ଅନୁଯାୟୀ, ରାଜ୍ୟରେ କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ରହିବନାହିଁ । ସାରା ରାଜ୍ୟରୁ ସପ୍ତାହାନ୍ତ ସଟଡାଉନକୁ ହଟାଇ ଦିଆଯାଇଛି । ତେବେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଏସଆରସି କହିଛନ୍ତି । ରାତି ୧୦ଟା ରୁ ସକାଳ ୫ଟା ଯାଏ ସବୁ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ଫଳରେ ସାରା ରାଜ୍ୟରେ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ । ସେହିପରି ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର ରହିବ । ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ । ସେହିଭଳି ପ୍ରେକ୍ଷାଳୟ, ଅଡିଟୋରିୟମରେ ଗାଇଡଲାଇନ ପାଳନ ପୂର୍ବକ ସଭାସମିତି କରାଯାଇ ପାରିବ । ପୁନଶ୍ଚ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ୨୫୦ ଲୋକଙ୍କୁ ଏକାଠି ଅନୁମତି ଦିଆଯାଇଛି । ପରିବାର, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ମୋଟ ୨୫୦ ଜଣଙ୍କୁ ବିବାହ ଶୋଭାଯାତ୍ରାରେ ସାମିଲ ହେବାକୁ ଅନୁମତି ଦିଆଯାଇଛି । ସର୍ବାଧିକ ୫୦ ଜଣ ରହିପାରିବେ । ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଲିଖିତ ଅନୁମତି ନେଇ ବିବାହ ଶୋଭାଯାତ୍ରା ହୋଇପାରିବ । ଏଥି ସହିତ ସମସ୍ତ ମ୍ୟୁଜିୟମ, ପାଠାଗାର କୋଭିଡ଼ ନିୟମ ମାନି ଖୋଲିପାରିବ । ସିନେମା ହଲରେ ଯେତିକି ସିଟ୍ ଥିବ ସେତିକି ଲୋକ ଯାଇପାରିବେ । ସିନେମା ହଲ୍‌, ମଲକୁ ଯିବାକୁ ଥିବା ପୂର୍ବ କଟକଣାକୁ କୋହଳ କରାଯାଇଛି । କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ହଲ୍‌, ମଲ୍ ମାଲିକ ବୁଝିବେ । ଅନ୍ୟପକ୍ଷରେ ସେପ୍ଟେମ୍ବର ମାସର ପୂଜା ପାର୍ବଣ ଗୁଡ଼ିକ ଗତ ଅଗଷ୍ଟ ୯ ତାରିଖରେ ଦିଆଯାଇଥିବା ଆଦେଶାନୁସାରେ ଚାଲିବ । ଜିଲ୍ଲାପାଳ ବା ଟୁଇନ ସିଟି କମିଶନର ଆବଶ୍ୟକ ହେଲେ କଟକଣା ବଢ଼ାଇ ପାରିବେ ବୋଲି ଏସଆରସି ଶ୍ରୀ ଜେନା ଆଜି ଘୋଷଣା କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ