ସ୍ୱେଛାସେବୀ ସଂଗଠନ ଆଦିମ ସାଉଁଳା ସେମେଲେଦ ଆନୁକୁଲ୍ୟରେ ପାଳନ ହେଲା ସାନ୍ତାଳୀ ନବବର୍ଷ ମାଘ ମୁଲୁଃ

ସ୍ୱେଛାସେବୀ ସଂଗଠନ ଆଦିମ ସାଉଁଳା ସେମେଲେଦ ଆନୁକୁଲ୍ୟରେ ପାଳନ ହେଲା ସାନ୍ତାଳୀ ନବବର୍ଷ ମାଘ ମୁଲୁଃ

ସ୍ୱେଛାସେବୀ ସଂଗଠନ ଆଦିମ ସାଉଁଳା ସେମେଲେଦ ଆନୁକୁଲ୍ୟରେ ପାଳନ ହେଲା ସାନ୍ତାଳୀ ନବବର୍ଷ ମାଘ ମୁଲୁଃ

News by Akshya Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ସନ୍ନିକଟ ହଳଦା ଗ୍ରାମପଞ୍ଚାୟତ ହଳଦା ଗ୍ରାମ ଖଡଖାଈ ନଦୀକୂଳ ଆମ ବାଗନାରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆଦିମ ସାଉଁଳା ସେମେଲେଦ’ ଆନୁକୁଲ୍ୟରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି ।
ଗ୍ରାମର ସମସ୍ତ ମହିଳା ପୁରୁଷ ପାରମ୍ପରିକ ପରିଧାନରେ ଆମବାଗାନରେ ଏକତ୍ରିତ ହୋଇଥିଲେ । ଆଦିବାସୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଏକ ସାମୁହିକ ଭୋଜନ ସଂଗଠନ ତରଫରୁ ଆୟୋଜିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଅତିଥିମାନେ ଉପସ୍ଥିତ ସାଧାରଣଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସାନ୍ତାଳ ତଥା ଅନ୍ୟ ସମସ୍ତ ଆଦିବାସୀ ସମାଜକୁ ସୁସ୍ଥ ସବଳ ଭାବେ ବଞ୍ଚିବାର ଆବଶ୍ୟକତା ରହିଛି, ତେଣୁ ଆଦିବାସୀମାନଙ୍କ ନିଜ ପରମ୍ପରା, ପରିଧାନ, ଭାଷା, ରୀତିନୀତି ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପାରମ୍ପରିକ ବାଦ୍ୟରେ ସମସ୍ତେ ନୃତ୍ୟ କରି ନୂତନ ବର୍ଷ ‘ମାଘ ମୁଲୁଃ’ ହର୍ଷ ଉଲ୍ଲାସର ସହିତ ପାଳନ କରିଥିଲେ । ମାଘ ମାସର ପ୍ରଥମ ଚନ୍ଦ୍ର ଦର୍ଶନ ତିଥିରେ ସାନ୍ତାଳୀ ନବବର୍ଷ “ମାଘ ମୁଲୁଃ’ ପାଳନ କରାଯାଇଥାଏ । ବହୁ ଦୂରଦୂରାନ୍ତରୁ ସାନ୍ତାଳୀ ଭାଇ ଭଉଣୀମାନେ ଛୁଟି ଆସି ଏହି ନବ ବର୍ଷ ମିଳନରେ ସାମିଲ ହୋଇଥିଲେ । ଭାଷା, ସଂସ୍କୃତି ଏବଂ ପରସ୍ପର ମଧ୍ୟରେ ସୁସମ୍ପର୍କକୁ ଯୋଡିବା ପାଇଁ ଏକାଠି ହେବା ସହ ନିଜମନର ସୁଖଦୁଃଖ ବଣ୍ଟାବଣ୍ଟି ହୋଇ ନୂତନ ବର୍ଷ ସମସ୍ତଙ୍କ ସୁଖ, ଶାନ୍ତି, ଆଣିଦେଉ ବୋଲି ଆରାଧ୍ୟ ଦେବତା ମାରାଂବୁରୁଙ୍କ ପାଖରେ ପ୍ରାର୍ଥନା କରିଥିଲେ । ନାଚ ଗୀତରେ ସମଗ୍ର ପଡିଆରେ ଧୂଳି ଉଡାଇ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଆଦିମ ସାଉଁଳା ସେମେଲେଦର ଉପଦେଷ୍ଟା ସାବୁଆ ମାଝୀ, ଭୁଗୁଲୁ ମାରାଣ୍ଡି, ସଭାପତି ଲଛୁ ହାଁସଦା, ମିଥିଲା ଟୁଡୁ, ଦମୟନ୍ତୀ ସାକରା, ରମେଶ ହାଁସଦା, କାଶିନାଥ ସୋରେନଙ୍କ ସମେତ ବହୁ ସାନ୍ତାଳୀ ବୁଦ୍ଧିଜୀବୀ, କବି, ଲେଖକ, ସାମାଜିକ କର୍ମୀ, ସ୍ୱେଛାସେବୀ, ସଂସ୍କାର ପ୍ରେମୀଙ୍କ ସହିତ ଯୁବଗୋଷ୍ଠୀ ସାମିଲ ହୋଇ ଧୂମଧାମରେ ଏହି ପର୍ବକୁ ପାଳନ କରିଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ