ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ


କଟକ (ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ସଂଗଠନ ଆଞ୍ଜେଲ ୱେଲଫେୟାର ପକ୍ଷରୁ ଦ୍ୱାରା ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଛି । କଟକ ସହରର ବିଭିନ୍ନ ଅଞ୍ଚଳ ସମେତ କଲେଜ ଛକ ଅଞ୍ଚଳରେ ବସବାସ କରୁଥିବା ୭୦ଜଣ କିନ୍ନରମାନଙ୍କୁ ଚାଉଳ, ଚୂଡା, ତେଲ, ଅଟା, ଚିନି, ହରଡ ଡାଲି ଭଳି ବିଭିନ୍ନ ଅତ୍ୟାବଶ୍ୟକ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଏସିପି ଅମରେନ୍ଦ୍ର ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ର ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ସଂସ୍ଥାର ପ୍ରତିଷ୍ଠାତା ସଭ୍ୟ ଭିରେନ ସାଲୋତ୍‌, ସଭାପତି ଭିଶାଲ ଅଗ୍ରୱାଲ, ହିତେଶ ସେଠ୍ ଏବଂ ଅନ୍ୟାନ ସଭ୍ୟମାନେ କୋଭିଡ ନିୟମ ଅନୁପାଳନ କରି ସୂଚାରୁ ରୂପେ ସମ୍ପାଦନ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ