ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ଇପିଏଫ ପେନସନର୍ସ ସଂଘ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ଇପିଏଫ ପେନସନର୍ସ ସଂଘ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ଇପିଏଫ ପେନସନର୍ସ ସଂଘ

News by B.Mishra (BBSR)

#ଭୁବନେଶ୍ୱର (ଏନ୍‌.ଏମ୍‌.): ଇପିଏଫ ପେନସନର୍ସ ମାନଙ୍କୁ ସରକାର ସବୁବେଳେ ଅଣଦେଖା କରୁଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । କେତେବେଳେ କେନ୍ଦ୍ର ତ ଆଉ କେତେବେଳେ ରାଜ୍ୟସରକାର; ପେନସନର୍ସମାନଙ୍କ ଦୟନୀୟ ଅବସ୍ଥାକୁ ବୁଝିବା ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରିବା ନିହାତି ଦୁର୍ଭାଗ୍ୟଜନକ ବୋଲି ସଂଘର କର୍ମକର୍ତ୍ତା ଅଭିଯୋଗ ଉଠାଇଛନ୍ତି । ଓଡିଶାରେ ଥିବା ୨ ଲକ୍ଷରୁ ଉର୍ଦ୍ଧ୍ୱ ଇପିଏଫ ପେନସନ ଭୋଗୀ ପରିବାରବର୍ଗ ସ୍ୱଳ୍ପ ପେନସନ ପାଉଛନ୍ତି । ମାସିକ ମାତ୍ର ୩୦୦ ଟଙ୍କାରୁ ୩୦୦୦ଟଙ୍କା ପର୍ଯ୍ୟନ୍ତ ଏହି ବର୍ଗର ପେନସନ ଭୋଗୀମାନେ ବିନା ମହଙ୍ଗା ଭତ୍ତାରେ ପେନସନ ପାଉଥିବାରୁ ପରିବାର ପୋଷଣ ପାଇଁ ଘୋର ଆର୍ଥିକ ଅଭାବ ଅନାଟନର ସମ୍ମୁଖୀନ ହେଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ବର୍ଗର ପେନସନଭୋଗିଙ୍କ ଲାଗି କେନ୍ଦ୍ର ସରକାର ସେପ୍ଟେମ୍ବର ୨୦୧୪ ମସିହାରୁ ମାତ୍ର ୧୦୦୦ଟଙ୍କା ସର୍ବନିମ୍ନ ପେନସନ ଲାଗୁ କରିଛନ୍ତି । ଏଣୁ ଦିନକୁ ମାତ୍ର ୩୩ଟଙ୍କା ପେନସନ ପାଇ ଦୁଇ ଜଣ ସଦସ୍ୟ କିପରି ଚଳୁଥିବେ ସହଜରେ ଅନୁମେୟ କରିହେଉଥିବ । ଏହି ପେନସନ ବୃଦ୍ଧି କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖି ଅନୁରୋଧ କରିଥିଲେ ମଧ୍ୟ ଅର୍ଥାଭାବର ମିଛ ଆଳ ଦେଖାଇ କେନ୍ଦ୍ର ସରକାର ପେନସନ ବୃଦ୍ଧି କରୁନାହାନ୍ତି । ଏହି ସ୍ୱଳ୍ପ ପେନସନ ଅର୍ଥରେ ଇପିଏଫ ପେନସନଭୋଗି ବରିଷ୍ଠ ନାଗରିକମାନେ ସେମାନଙ୍କ ବାର୍ଦ୍ଧକ୍ୟ ଜନିତ ରୋଗର ଚିକିତ୍ସା ପାଇଁ ସକ୍ଷମ ହେଉନାହାନ୍ତି । ଏଣୁ ଓଡିଶା ସରକାର ଇପିଏଫ ପେନସନଭୋଗିଙ୍କ ଆର୍ôଥକ ସ୍ଥିତିକୁ ବିଚାରକରି ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ତରଫରୁ ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟସଚିବ, ସ୍ୱାସ୍ଥ୍ୟ ସଚିବ ଓ ୫ଟି ସଚିବଙ୍କୁ ବାରମ୍ବାର ଆବେଦନ ନିବେଦନ କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏହାର ସୁବିଚାର କରୁନାହାନ୍ତି । ଏଣୁ ଖାରବେଳ ନଗର ଠାରେ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର କୋର କମିଟି ବୈଠକରେ ଏବାବଦରେ ବିସ୍ତୃତ ଆଲୋଚନା ହୋଇ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ସ୍ଥିର ହୋଇଛି । ଆସନ୍ତା ୧୫ଦିନ ମଧ୍ୟରେ ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ନ କଲେ ଆସନ୍ତା ଅକ୍ଟୋବର ୬ତାରିଖ ଦିନ ଆସୋସିଏସନ ତରଫରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ଆସୋସିଏସନ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଶ୍ରୀ ବ୍ରହ୍ମାଙ୍କ ସମେତ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ଉପଦେଷ୍ଟା ନଟବର ଆଚାର୍ଯ୍ୟ, ସଚ୍ଚିଦାନନ୍ଦ ସାମନ୍ତରାୟ, ବିକ୍ରମ ଛୋଟରାୟ, ବିନୋଦ ବେହେରା, ଧୀରେନ୍ଦ୍ର ପ୍ରତାପ, ସରୋଜକାନ୍ତ ମଲ୍ଲିକ, ଗୀତାଞ୍ଜଳି ପାତ୍ର, ପ୍ରକାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି