ସ୍ୱାଭିମାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ସ୍ୱାଭିମାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ସ୍ୱାଭିମାନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାଭିମାନ ଦ୍ୱାରା ୨ଦିନ ଧରି ସ୍ୱ-ପରାୟଣତା, ହେମୋଫିଲିଆ ରୋଗ(ରକ୍ତ ଜନିତ ବିକାରତା), ବୌଦ୍ଧିକ ଅକ୍ଷମତା ଏବଂ ଦୃଷ୍ଟି ବାଧିତ ବ୍ୟକ୍ତି ବିଶେଷମାନେ କିପରି ସାମାଜିକ ଭେଦଭାବର ସମ୍ମୁଖୀନ ହୁଅନ୍ତି, ସେମାନଙ୍କ ପାଇଁ ଆଇନରେ କ’ଣ ବ୍ୟବସ୍ଥା ରହିଛି ଏବଂ ସମ୍ମିଳିତ ଶିକ୍ଷାରେ କିପରି ବ୍ୟବସ୍ଥା ରହିଛି ଏହି ବିଷୟବସ୍ତୁକୁ ନେଇ ଏକ ସଚେତନତାର ବାର୍ତ୍ତା ବହନ କରୁଥିବା ପଥ ପ୍ରାନ୍ତ ନାଟକ ପ୍ରଥମ ଦିନ ଏସପ୍ଲାନେଡ୍ ରସୁଲଗଡ଼ ଏବଂ ଦ୍ୱିତୀୟ ରସୁଲଗଡ଼ ମାର୍କେଟ ବିଲଡିଂରେ ଅନୁଷ୍ଠିତ ହୋଇଥିଲା । ଦିବ୍ୟାଙ୍ଗ ଛାତ୍ରଙ୍କ ସହିତ ସ୍ୱାଭିମାନର କାର୍ଯ୍ୟକର୍ତ୍ତା, ରମାଦେବୀ ବାଳିକା ବିଶ୍ୱବିଦ୍ୟାଳୟ, ନିଶ୍ୱାସ ଇନଷ୍ଟିଚ୍ୟୁଟ, ଏବଂ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟ କଲେଜର ମୋଟ ୧୫ ଜଣ ଛାତ୍ରଛାତ୍ରୀ ନାଟକ ପରିବେଷଣ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ