ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କମି କମି ଯାଉଛି : କଂଗ୍ରେସ

ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କମି କମି ଯାଉଛି : କଂଗ୍ରେସ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ସରକାର ଓଡ଼ିଶାର କୃଷକଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ୨୦୧୨-୧୩ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦୃଢ଼କ୍ତି ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ରାଜ୍ୟ କୃଷକ ମାନଙ୍କର ଆୟକୁ ସରକାର ଦ୍ୱିଗୁଣିତ କରିଛନ୍ତି ବୋଲି କିନ୍ତୁ ବାସ୍ତବ ଚିତ୍ର ଆଜି ଯାହା ବର୍ଣ୍ଣନା କରୁଛି ତାହା ରାଜ୍ୟର ନବୀନ ସରକାରଙ୍କର ଦୃଢ଼କ୍ତି ଏକ ବୃଥା ଆସ୍ଫଳନ ବୋଲି ପ୍ରମାଣିତ କରୁଛି । ୨୦୧୨-୧୩ ମସିହା ଠାରୁ ଆରମ୍ଭ କରି ୨୦୨୨-୨୩, ଏହି ୧୦ ବର୍ଷ ଭିତରେ ରାଜ୍ୟର କୃଷକ ପରିବାରର ମାସିକ ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ ୨୦୧୨-୧୩ ମସିହା ଆୟ ଠାରୁ ୩ ଟଙ୍କା କମିଛି ବୋଲି ଆଜି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ, ୨୦୧୨-୧୩ ମସିହାରେ ଏନ୍‌.ଏସ୍‌.ଏସ୍‌. ଓ. ରିପୋର୍ଟର ତଥ୍ୟ ଆଧାରରେ ଓଡ଼ିଶାର ଏକ କୃଷକ ପରିବାରର ମାସିକ ଆୟ ୪୯୫୩ ଟଙ୍କା ଥିଲା । କିନ୍ତୁ ୨୦୨୨ ମସିହାରେ ରାଜ୍ୟର ଏକ କୃଷକ ପରିବାରର ବାର୍ଷିକ ଆୟ ୫୯୪୪୦ ଟଙ୍କା ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହି ହିସାବ ଅନୁପାତରେ ଗୋଟିଏ କୃଷକ ପରିବାର ମାସକୁ ଆୟ ୪୯୫୦ ଟଙ୍କା ପାଖାପାଖି ଅଟେ । ଅର୍ଥାତ ଏହି ଦଶ ବର୍ଷ ଭିତରେ ନବୀନ ପଟ୍ଟନାୟକ ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବାରେ ସଫଳ ହୋଇନାହାନ୍ତି ବୋଲି ଏହି ତଥ୍ୟରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି କହିଛନ୍ତି । ପୁନଶ୍ଚ ୨୦୧୮ ମସିହା ଡିସେମ୍ବର ମସିହାରେ ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କଲେ ଏବଂ ଏହି ଯୋଜନା ଦ୍ୱାରା କୃଷକମାନଙ୍କର ଆୟ ବୃଦ୍ଧି ଘଟିବ ଏବଂ କୃଷକ ମାନେ ଋଣଗ୍ରସ୍ତ ହେବେ ନାହିଁ ବୋଲି ସରକାର ଦୃଢ଼କ୍ତି ପ୍ରକାଶ କଲେ । ଯୋଜନାକୁ ୫ ବର୍ଷ ହେଲାଣି । କିନ୍ତୁ କୃଷକମାନଙ୍କର ଆୟ ବୃଦ୍ଧି ଘଟିବା ପରିବର୍ତ୍ତେ କମିଯାଉଛି କାହିଁକି? ତେଣୁ ଏହି ଯୋଜନା କେବଳ ନିର୍ବାଚନ ଜିତିବା ପାଇଁ ପ୍ରଣୟନ କରାଯାଇଥିଲା କି? ରାଜ୍ୟ ସରକାର ରାଜ୍ୟରେ କାଳିଆ ଯୋଜନା ଦ୍ୱାରା କେତେ କୃଷକ ପରିବାରଙ୍କର ଆୟ ବୃଦ୍ଧି ଘଟିଛି, କେତେ କୃଷି ଶ୍ରମିକଙ୍କର ଆୟ ଦ୍ୱିଗୁଣିତ ହୋଇଛି ତାହାର ଏକ ଶ୍ୱେତପତ୍ର କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଗତ କିଛି ଦିନ ତଳେ ରାଜ୍ୟ କୃଷିମନ୍ତ୍ରୀ ପୁଣି ଆଉଥରେ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଦୋହରାଇଛନ୍ତି । କହିଛନ୍ତି ପ୍ରତିବର୍ଷ ୧ ଲକ୍ଷ କୃଷକଙ୍କର ଆୟକୁ ଦ୍ୱିଗୁଣିତ କରାଯିବ ଏବଂ ଆସନ୍ତା ୩ ବର୍ଷ ଭିତରେ ୩ ଲକ୍ଷ ଲୋକଙ୍କର ଆୟ ଦ୍ୱିଗୁଣିତ କରାଯିବ । ୧୦ ବର୍ଷ ଭିତରେ ଆୟ ଦ୍ୱିଗୁଣିତ କରାଯାଇପାରିଲା ନାହିଁ କିନ୍ତୁ ଏହି ୩ ବର୍ଷ ଭିତରେ ୩ ଲକ୍ଷଙ୍କର ଆୟ ଦ୍ୱିଗୁଣିତ କରାଯିବ ବୋଲି କହିବା ଏହା ଏକ ନୂଆ ରାଜନୈତିକ ଚାଲ ବୋଲି କଂଗ୍ରେସ ଅଭିଯୋଗ ଉଠାଇଛି । ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟତମ ପ୍ରଦେଶ କଂଗ୍ରେସ ମୁଖ୍ୟପାତ୍ର ପ୍ରଶାନ୍ତ ଶତପଥି ଧନ୍ୟବାଦ ଦେବା ସହିତ କୃଷକମାନଙ୍କର ଆୟକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କର ନିଷ୍ଠା ନାହିଁ ବୋଲି କହିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *