ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ୨ଗିରଫ

ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ୨ଗିରଫ

ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ୨ଗିରଫ


ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଗୟାନା ଛକ ନିକଟରେ ୫ଜଣ ମଦ୍ୟପ ରବିବାର ବିଳମ୍ବିତ ରାତ୍ରରେ ଜନୈକ ପୁଲିସ୍ ସ୍ପେଶାଲ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନଜରପୁର କେଉଟ ସାହିର ଯୋଗେନ୍ଦ୍ର ହାତୀ(୨୮) ଓ ବୈକୁଣ୍ଠ-ବିହାରର ସଂଗଜିତ୍ ମଲ୍ଲିକ(୨୮) ବୋଲି ଜଣାପଡ଼ିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟି-୨୦ ମ୍ୟାଚରେ ଭାରତର ପରାଜୟ ହୋଇଥିଲା । ଏହାକୁ ନେଇ ୫ ଜଣ ଯୁବକ ନିଜ ମଧ୍ୟରେ ଗୟାନା ଛକ ନିକଟରେ ବିଳମ୍ବିତ ରାତ୍ରରେ ହୋହାଲ୍ଲା ହେଉଥିଲେ । ସେହି ରାସ୍ତା ଦେଇ ଜଗତପୁର ଥାନାରୁ ନିଜ କାର୍ଯ୍ୟ ସାରି ସ୍ପେଶାଲ ସ୍କ୍ୱାର୍ଡ କର୍ମଚାରୀ ଜଣକ ନିଜ କଟକସ୍ଥିତ ଘରକୁ ଯାଉଥିବା ସମୟରେ ମଦ୍ୟପ ଯୁବକଙ୍କ ଏଭଳି ଉନ୍ମକ୍ତକାଣ୍ଡକୁ ଦେଖି ସେମାନଙ୍କୁ ବାରଣ କରିଥିଲେ । ମଦ୍ୟପ ଯୁବକମାନେ ଏଥିରେ ଉତ୍ତ୍ୟକ୍ତ ହୋଇ ପୁଲିସ୍ କର୍ମଚାରୀଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିଲେ । ଏଥିସହ ତାଙ୍କ ବାଇକ୍ ମଧ୍ୟ ଭାଙ୍ଗି ଦେଇଥିଲେ । ଖବରପାଇ ଜଗତପୁର ଥାନା ପୁଲିସ୍ ପହଞ୍ଚି ଘଟଣାସ୍ଥଳରୁ ସ୍ପେଶାଲ୍ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ୨ଜଣ ଯୁବକଙ୍କୁ ଗିରଫ କରିଥିଲେ । ଏହି ଘଟଣାରେ ସଂପୃକ୍ତ ଅନ୍ୟ ୩ ଜଣ ଦୁର୍ବୃତ୍ତ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ । ଆଜି ଅପରାହ୍ନରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ,ଏହି ଘଟଣାରେ ପୁଲିସ୍ ଯୋଗେନ୍ଦ୍ର ହାତୀକୁ ରବିବାର ରାତ୍ରରେ ଗୟନା ଛକରୁ ଧରି ଥାନାକୁ ଆଣିବା ପରେ ଆକ୍ରୋଶମୂଳକ ଭାବେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ଉଠିଛି । ଯୋଗେନ୍ଦ୍ର କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ପୁଲିସ୍ ମାଡରେ ତା’ ବାମଆଖିର ଅର୍ଦ୍ଧାଧିକ ଅଂଶ ନଷ୍ଟ ହୋଇଯାଇଥିବା ଓ ଶରୀରର ବିଭିନ୍ନ ଅଂଶରେ କ୍ଷତବିକ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣାକୁ ବୁଦ୍ଧିଜୀବୀମାନଙ୍କ ମହଲରେ ନିନ୍ଦା କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ