ସ୍ଥାଣୁ ପାଲଟିଛି ଜଗତପୁର ପୋଷ୍ଟ ଅଫିସ !

ସ୍ଥାଣୁ ପାଲଟିଛି ଜଗତପୁର ପୋଷ୍ଟ ଅଫିସ !

ସ୍ଥାଣୁ ପାଲଟିଛି ଜଗତପୁର ପୋଷ୍ଟ ଅଫିସ !

News by Kanhu charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ନାହିଁ ନାହିଁରେ ଚାଲିଛି ଜଗତପୁର ଗୋଲେଇଛକରେ ଥିବା ଜଗତପୁର ଶାଖା ଡାକ କାର୍ଯ୍ୟାଳୟ । ଏଠାରେ ଦୀର୍ଘ ଦିନ ଧରି ବିଭିନ୍ନ ସମସ୍ୟା ଦେଖାଦେଇଥିବାବେଳେ ଏହାର ପ୍ରତିକାର ପାଇଁ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଅଞ୍ଚଳବାସୀଙ୍କୁ ଅତିଷ୍ଠ କରି ପକାଇଛି । ଗୋଟିଏ ପଟେ ଡିଜିଟାଲ ଯୁଗରେ ଆଗଭଳି ଚିଠିପତ୍ର ଆଦାନ ପ୍ରଦାନ ହ୍ରାସ ପାଇଥିଲେ ମଧ୍ୟ ବହୁ ଗରୁତ୍ୱପୂର୍ଣ୍ଣ କାଗପତ୍ର, ଚେକ୍‌, ପାର୍ସଲ ଠାରୁ ଆରମ୍ଭ କରି ଟଙ୍କା ଜମା ଆଦି କାର୍ଯ୍ୟ ପାଇଁ ଜନସାଧାରଣ ଏବେବି ଡାକ ଉପରେ ନିର୍ଭର କରିଥାନ୍ତି । କହିବାକୁ ଗଲେ ଏହା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ଥ ସଂସ୍ଥା । ମାତ୍ର ଦିନକୁ ଦିନ କଟକ ଜିଲ୍ଲାରେ ଥିବା ବିଭିନ୍ନ ଡାକ କାର୍ଯ୍ୟାଳୟ ଏବେ ସ୍ଥାଣୁ ପାଲଟିଯିବାକୁ ବସିଛି । ସତେ ଯେମିତି ସରକାରଙ୍କ ବିଭିନ୍ନ ବିଭାଗ ଭଳି ଏହା ଖୁବ ଶିଘ୍ର ଇତିହାସ ପାଲଟି ଯିବ ବୋଲି ଚର୍ଚ୍ଚା ହେଉଛି । ତେବେ କଟକ ଜିଲ୍ଲାର ଜଗତପୁର ଅଞ୍ଚଳରେ ଥିବା ଶାଖା ଡାକ କାର୍ଯ୍ୟାଳୟରେ ଦୀର୍ଘ ଏକ ମାସ ଧରି ପୋଷ୍ଟ ମାଷ୍ଟର ଛୁଟିରେ ଥିବାବେଳେ କିଛି କମ୍ପ୍ୟୁଟର ଯାନ୍ତ୍ରୀକ ତ୍ରୁଟି ଥିବାଯୋଗୁଁ କାମ ହୋଇପାରୁ ନାହିଁ ବୋଲି ଡାକ ଅଫିସ କର୍ମଚାରୀ ମାନେ କହୁଛନ୍ତି । ତେବେ କେତେବେଳେ ମେସିନ ଖରାପ ତ ଆଉ କେତେବେଳେ ନେଟ ସ୍ଲୋ ଥିବା ଉତ୍ତର ଶୁଣିବାକୁ ମିଳୁଛି । ଏପରିକି ଡ୍ୟୁଟିରେ ଥିବା ଷ୍ଟାପ ମାନଙ୍କର ଭିନ୍ନ ଭିନ୍ନ ପ୍ରକାର କଥା ଶୁଣି ଅଞ୍ଚଳବାସୀ ନିରାଷ ହୋଇ ଫେରୁଛନ୍ତି । ଜଗତପୁର ଅଞ୍ଚଳରେ ଏହି ପୋଷ୍ଟ ଅଫିସ ଉପରେ ଅଞ୍ଚଳର ପ୍ରାୟ ହଜାର ହଜାର ଲୋକ ନିର୍ଭର କରନ୍ତି । ଏହି କାର୍ଯ୍ୟାଳୟର ପୋଷ୍ଟ ମାଷ୍ଟର ସୋନାଲି ମିଶ୍ର ଦୀର୍ଘ ପ୍ରାୟ ଏକ ମାସ ହେବ ଛୁଟିରେ ଯାଇଥିବାବେଳେ ପୋଷ୍ଟାଲ ଆସିଷ୍ଟାଣ୍ଡ ଶିବ ପ୍ରସାଦ ଦାସଙ୍କୁ କାର୍ଯ୍ୟାଳୟ ଦାୟିତ୍ୱ ଦେଇ ଯାଇଛନ୍ତି । ତେବେ ଏହି ଶାଖା କାର୍ଯ୍ୟାଳୟରେ ୬ ଜଣ କର୍ମଚାରୀ ନିଯୁକ୍ତି ଥିଲେ ମଧ୍ୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି କାର୍ଯ୍ୟାଳୟରେ ଜଣେ ପୋଷ୍ଟ ମାଷ୍ଟର, ୩ ଜଣ ପୋଷ୍ଟ ମ୍ୟାନ, ଜଣେ ପ୍ୟାକର ଓ ଜଣେ ପୋଷ୍ଟାଲ ଆସିଷ୍ଟାଣ୍ଡ ଥିଲେ ମଧ୍ୟ ସାଧାରଣ ଲୋକଟିଏ ତା’ର କାଗଜ ପତ୍ର ନେଇ ଅଫିସକୁ ଯିବା କ୍ଷଣି କମମ୍ପ୍ୟୁଟର ଖରାପ ଅଛି କାଲି ଆସନ୍ତୁ ବୋଲି କହି ବିଦା କରିଦେଉଥିବା ଅଭିଯୋଗ ହୋଇଛି । ଏହି ଅଫିସରେ ୩ଟି କମ୍ପ୍ୟୁଟର ରହିଥିବା ବେଳେ ମୋଟ ୬ ଜଣ କର୍ମଚାରୀ ରହିଛନ୍ତି; କିନ୍ତୁ ସାଧାରଣ ଲୋକଙ୍କ କାମ ନହେବାରୁ ହଇରାଣ ହେବା ସହ ବିଭାଗୀୟ କର୍ତ୍ତୃପକ୍ଷ ଓ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇବାକୁ ଲୋକେ ପଛାଉ ନାହାନ୍ତି । ଏପରିକି ବିଭିନ୍ନ ସଂସ୍ଥା ଭଳି କେନ୍ଦ୍ର ସରକାର ଏହାକୁ ମଧ୍ୟ ବିକ୍ରି କରିଦେବେ ବୋଲି ଅଞ୍ଚଳର ବରିଷ୍ଠ ନାଗରିକ ଅଭିଯୋଗ ଆଣିଛନ୍ତି । ତେବେ ଏଠାରେ ପିଏଲଆଇ, ଆରପିଏଲଆଇ କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ, କୌଣସି ଦ୍ରୁତ ଗାମୀଡାକ ସେବା ହୋଇପାରୁନାହାନ୍ତି । ଜଗତପୁର ଶିଳ୍ପାଞ୍ଚଳରେ ୪୬୫ କାରଖାନା ଥିବା ବେଳେ ଡାକ ନେଣଦେଣ ତଥା ବହୁ ଗୁରୁତ୍ୱ ପୂର୍ଣ୍ଣ କାମ ହୋଇ ନପାରିବାରୁ କାରଖାନା ମାଲିକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ଜଗତପୁର ଦୁଇଗୋଟି ୪୮ ଓ ୪୯ନମ୍ବର ୱାର୍ଡରେ ପାଖାପାଖି ୨୦ ହଜାର ଲୋକ ଏହି ପୋଷ୍ଟ ଅଫିସ ଉପରେ ନିର୍ଭର କରି ବହୁ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ତେଣୁ ଏଠାରେ ଡାକସେବାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସମାଜସେବୀ କୁଳମଣି ବେହେରା ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ