ସୋସିଆଲ ମିଡ଼ିଆରେ ଦେଶ ବିରୋଧି ପୋଷ୍ଟ କରି ଯୁବକ ଗିରଫ

ସୋସିଆଲ ମିଡ଼ିଆରେ ଦେଶ ବିରୋଧି ପୋଷ୍ଟ କରି ଯୁବକ ଗିରଫ

ସୋସିଆଲ ମିଡ଼ିଆରେ ଦେଶ ବିରୋଧି ପୋଷ୍ଟ କରି ଯୁବକ ଗିରଫ


ଜଗତପୁର (ଏନ୍‌.ଏମ୍‌.):ଦେଶ ବିରୋଧି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଅଭିଯୋଗରେ ଜଗତପୁର ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପଶ୍ଚିମ ଛକ (ସାତବାଟିଆ) ଗ୍ରାମର ମହମ୍ମଦ ଅରମାନ୍ (୨୦) ବୋଲି ଜଣାପଡ଼ିଛି । ଅରମାନ୍ ନିକଟରୁ ପୋଲିସ ଏକ ମୋବାଇଲ ଫୋନ ଜବତ କରିଛି । ପୋଲିସ୍ ସୂଚନା ମୁତବକ, ଭାରତ ଓ ପାକିସ୍ଥାନ ମଧ୍ୟରେ ଗତ ୨୪ ତାରିଖରେ ଟି -୨୦ ମ୍ୟାଚ ଖୋଳା ଯାଉଥିଲା । ଏହି ମ୍ୟାଚରେ ଭାରତ ପରାସ୍ତ ହୋଇଥିଲା । ଏହାକୁ ନେଇ ଅରମାନ୍ ପାକିସ୍ତାନକୁ ସପକ୍ଷ କରି ଭାରତ ବିରୋଧରେ ଅପମାନ ଜନକ ଓ ଉତ୍ତେଜକ ଅଡ଼ିଓକୁ ସୋସିଆଲ ମିଡ଼ିଆରେ ମୋବାଇଲରେ ପୋଷ୍ଟ କରିଥିଲେ । ସେଥିରେ ଦେଶ ବିରୋଧି ମନ୍ତ୍ରବ୍ୟ ସହ ଅରମାନ ପାକିସ୍ଥାନରେ ରହିବାକୁ ଉଲ୍ଲେଖ କରିଥିଲେ । ଏପରି ଅଡିଓ ଭାଇରାଲ ହେବା ପରେ ବହୁ ଲୋକେ ଘଟଣା ପ୍ରତିବାଦ କରିଥିଲେ । ଜଗତପୁର ଥାନା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏସଆଇ ପି.କେ ଦାସଙ୍କୁ ଏହାର ସତ୍ୟାସତ୍ୟ ପାଇଁ ଘଟଣାସ୍ଥଳକୁ ପଠାଇଥିଲେ । ଶ୍ରୀ ଦାସ ସାତବାଟିଆ ଗ୍ରାମରେ ପହଞ୍ଚି ପାରିପାଶ୍ୱର୍ିକ ପରିସ୍ଥିତି ଓ ବିଭିନ୍ନ ବ୍ୟକ୍ତିଙ୍କ ବୟାନ ନେବାପରେ ଘଟଣାର ସତ୍ୟତା ଥିବା ନେଇ ଥାନା ଅଧିକାରୀଙ୍କୁ ରିପୋର୍ଟ ଦେଇଥିଲେ । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଗତପୁର ଥାନା ଅଧିକାରୀ ରବିନ୍ଦ୍ର ନଥ ମେହେର ପ୍ରକାଶ କରିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ