ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ


ଭୁବନେଶ୍ୱର(ଏନ୍‌.ଏମ୍‌.): ୨୬ ଅକ୍ଟୋବର ଠାରୁ ୧ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ଦୁର୍ନୀତି ନିର୍ବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୧ଟାବେଳେ ଦୁର୍ନୀତି ବିରୋଧୀ ଶପଥ ପାଠ କରାଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ସମସ୍ତ ଅଧିକାରୀ ଓ କର୍ମଚାରୀ ଉତ୍କୋଚ ନେବେ ନାହିଁ କି ଦେବେ ନାହିଁ ବୋଲି ଶପଥ ପାଠ କରିଥିଲେ । କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ ମଧ୍ୟରେ ସମସ୍ତେ ମାସ୍କ ପରିଧାନ ସହିତ ସାମାଜିକ ଦୂରତା ରକ୍ଷା କରି ଶପଥ ପାଠ କରିଥିଲେ । ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଦୁର୍ନୀତି ନିବାରଣର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା, ଉପନିର୍ଦ୍ଦେଶକ ସନ୍ତୋଷ ଦାସ, ମାନସ ରଞ୍ଜନ ଖୁଣ୍ଟିଆ, ବିଶ୍ୱଜିତ ଦାଶ, ସ୍ମିତା କର ଏବଂ ଡକ୍ଟର ଜ୍ୟୋତିର୍ମୟୀ ସାମନ୍ତରାୟ ତଥା ବିଭାଗୀୟ ଅଧିକାରୀମାନେ ଶପଥ ପାଠ କରିଥିଲେ । ଶପଥ ପାଠ ପତ୍ର ଉପରେ ଉପସ୍ଥିତ ସମସ୍ତେ ନିଜ ନିଜର ସ୍ୱାକ୍ଷର ପ୍ରଦାନ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି