ସୁନାମୁହିଁ ଡ୍ୟାମରୁ ଧରାହେଲା ୧୧ କେଜି ଓଜନର ବିରଳ ମାଛ

ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ସହରର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ଡ୍ୟାମରୁ ମାଛ ଧରାବେଳେ ଏକ ୧୧ କେଜି ଓଜନର ଭାକୁର ମାଛ ଓ ୧୦ କେଜି ଓଜନର ମିର ମାଛ ଜାଲରେ ପଡିଥିଲା । ମାଛଟିକୁ ଦେଖିବା ପାଇଁ ସେଠାରେ ଜନସାଧାରଣଙ୍କ ଭିଡ ଜମିଥିଲା । ଖଣ୍ଡପଡା କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଥିବା ଏହି ସୁନାମୁହିଁ ଡ୍ୟାମରେ ଅନେକ ବୃହତକାୟ ମାଛ ଥିବା ନେଇ ମାଛ ଚାଷ କରିଥିବା ଖଣ୍ଡପଡା ସହରର ଯୁବକ ସଂଜୟ ପଢିଆରୀଙ୍କ ଠାରୁ ସୂଚନା ମିଳିଛି । ମାଛ ଚାଷ ପାଇଁ ସୁନାମୁହିଁ ଡ୍ୟାମର ପରିବେଶ ବେଶ ଅନୁକୂଳ ଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଆଦୈା ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସମୟାନୁକ୍ରମେ ଡ୍ୟାମଟି ପଙ୍କରେ ପୋତି ହୋଇପଡୁଥିବାରୁ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି । ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।