ସି.ଆଇ.ଟି.ୟୁ ଓ କୃଷକ ସଭା ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ
କଟକ(ଏନ୍.ଏମ୍.): ଭାରତଛାଡ ଆନ୍ଦୋଳନ ଐତିହ୍ୟର ସ୍ମୃତିରେ ଭାରତର ଟ୍ରେଡୟୁନିୟନ କେନ୍ଦ୍ର (ସି.ଆଇ.ଟି.ୟୁ.), ଅଖିଳ ଭାରତ କୃଷକ ସଭା (ଏ.ଆଇ.କେ.ଏସ୍.) ସହବନ୍ଧିତ ଓଡ଼ିଶା କୃଷକ ସଭା କଟକ ଜିଲ୍ଲା କମିଟି ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କରି ଶହଶହ କର୍ମୀ ଗିରଫ ହୋଇଛନ୍ତି । ସମସ୍ତ ଖାଦ୍ୟ ପଦାର୍ଥ ଉପରୁ ଜି.ଏସ୍.ଟି. ପ୍ରତ୍ୟାହାର କରିବା, ଅତି ଆବଶ୍ୟକ ସାମଗ୍ରୀ ଗୁଡିକର ଦରବୃଦ୍ଧି ବନ୍ଦ କରିବା, ଶ୍ରମିକମାନଙ୍କ ଦୈନିକ ମଜୁରୀ ୧୦୦୦ଟଙ୍କା ଧାର୍ଯ୍ୟ କରିବା, ସରକାରୀ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକରେ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ କରିବା, ସମସ୍ତଙ୍କ ପାଇଁ ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି କରିବା, ବାସହୀନମାନଙ୍କୁ ଘରଡିହ ପଟ୍ଟା ସମେତ ବାସଗୃହ ଯୋଗାଇ ଦେବା, ସବୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ବ୍ୟବସ୍ଥା କରିବା, ଶ୍ରମିକ ବିରୋଧୀ ଚାରୋଟି ଶ୍ରମକୋଡ ପ୍ରତ୍ୟାହାର କରିବା, ସମସ୍ତ ସ୍କିମ୍ ଶ୍ରମିକ ଯଥା- ଆଶା, ପାଚିକା, ଅଙ୍ଗନବାଡି, ସ୍ୱଚ୍ଛସାଥୀ, ବ୍ୟାଙ୍କମିତ୍ର, ସ୍ୱାବଲମ୍ବୀ କାରୀଗର, କୃଷି ସହାୟକ, ଜିଆରଏସ୍ ମାନଙ୍କୁ ଶ୍ରମିକର ମାନ୍ୟତା ଦେଇ ସର୍ବନିମ୍ନ ମଜୁରୀ ପ୍ରଦାନ କରିସ୍ଥାୟୀ ନିଯୁକ୍ତି ଦେବା, ଠିକାଶ୍ରମିକ ପ୍ରଥା ଉଚ୍ଛେଦ କରିବାଏବଂ ଆଉଟସୋର୍ସିଂ ବନ୍ଦ କରିବା, ସମସ୍ତ କୃଷକମାନଙ୍କୁ କୃଷି ଋଣ ଛାଡ କରିବା, ରିହାତି ମୂଲ୍ୟରେ ସାରଯୋଗାଇ ଦେବା, ଭାଗଚାଷୀକୁ ଚାଷୀର ମାନ୍ୟତା ଦେବା ସହ ଚାଷୀ ପାଉଥିôବା ସମସ୍ତ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା, ମନରେଗା ଯୋଜନାରେ ବର୍ଷକୁ ୨୦୦ ଦିନର କାମ ଓ ଦୈନିକ ମଜୁରୀ ୭୦୦ଟଙ୍କା ଧାର୍ଯ୍ୟ କରିବା, ସରକାରୀ ସମ୍ପତ୍ତି ବିକ୍ରି ଓ ଘରୋଇକରଣ ବନ୍ଦ କରିବା ଦାବି ସମେତ ସମ୍ବିଧାନ, ଗଣତନ୍ତ୍ର, ଧର୍ମ ନିରପେକ୍ଷତାକୁ ସୁରକ୍ଷା କରିବା, ଧର୍ମ ଓ ଜାତି ନାମରେ ବିଦ୍ୱେଷ ସୃଷ୍ଟିକାରୀମାନଙ୍କୁ ଏକ ଘରକିଆ କରିବା ଏବଂ ଶ୍ରମିକ, କୃଷକ ଐକ୍ୟ ଗଢିତୋଳିବା ଇତ୍ୟାଦି ବିଷୟରେ ଆଜି ସାରା ରାଜ୍ୟରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଉଭୟ ସଂଗଠନ ପକ୍ଷରୁ ସ୍ଥାନୀୟ ସନ୍ସାଇନ୍ ପଡ଼ିଆ ପାଖରୁ ଏକ ସୁସଜିତ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ôଚଥିଲା । ସିଆଇଟିୟୁ ଜିଲ୍ଲା ସମ୍ପାଦକ ଅଭୟ ସ୍ୱାଇଁ ଓ କୃଷକ ସଭା ଜିଲ୍ଲା ସଂପାଦକ ଡମ୍ବୁରୁଧର ସାହୁଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀର ସଭା ଓ ଆଇନ ଅମାନ୍ୟ ଆନ୍ଦୋଳନ ପରିଚାଳନା କରିଥିଲେ । ସିଆଇଟିୟୁର କଟକ ଜିଲ୍ଲା ସଭାପତି ବରିଷ୍ଠ ନେତା ରବିନାରାୟଣ ମଲ୍ଲିକ, କୃଷକସଭା କଟକ ଜିଲ୍ଲା ଉପସଭାପତି ବଦ୍ରିନାରାୟଣ ଦାଶ, କୃଷକ ନେତା ବିଷ୍ଣୁ ବେହେରା, ଶ୍ରମିକ ନେତା ପ୍ରତାପ ମହାପାତ୍ର, ସମାଜସେବୀ ଇଂ. ମନମୋହନ ପତି, କୃଷକନେତା ରମେଶ ବେହେରା, ଅନ୍ୟତମ ଶ୍ରମିକ ନେତା ରଶ୍ମିରଂଜନ ତ୍ରିପାଠୀ, ପୀତାମ୍ବର ଲେଙ୍କା, ଶ୍ରମିକ କର୍ମଚାରୀ ନେତା ନିର୍ମଳ ଦାସ, ଗୋକୁଳାନନ୍ଦ ବେହେରା, ମେଡିସିନ୍ ସେଲ୍ସ ଏକ୍ଜୁକ୍ୟୁଟିଭ୍ର ରାଜ୍ୟ ସଂପାଦକ ପ୍ରଦୀପ ସିହ୍ନା, ବ୍ୟାଙ୍କ କର୍ମଚାରୀ ନେତା ପ୍ରଦୀପ ଷଡଙ୍ଗୀ, ନାରୀନେତ୍ରୀ ବୁଲି ସାହୁ, ଶୁଭ୍ରା ମହାପାତ୍ର, ମମତା ସାହୁ, ଯୁବନେତା ଜୟ ସିଂ, ଚନ୍ଦ୍ରକାନ୍ତ ବେହେରା, ସୁବଳ ଜେନା, ଭଞ୍ଜକିଶୋର ବେହେରା, ସୁରେନ୍ଦ୍ର ସାହୁ, ଆଦିବାସୀ ନେତା ଚନ୍ଦ୍ରମୋହନ ମାଝୀ, ଜୟନ୍ତୀ ଗଗ୍ରେଇ, ମୁକୁନ୍ଦ କୁଇଁକେଲ୍, ମନୋଜ ବାନରା ପ୍ରମୁଖ ଏହି ଆନ୍ଦୋଳନରେ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କର ଗଣତନ୍ତ୍ର ହତ୍ୟାକାରୀ, ବ୍ୟକ୍ତି ସ୍ୱାଧୀନତା କ୍ଷୂର୍ଣ୍ଣକାରୀ, ପାର୍ଲାମେଣ୍ଟାରୀ ବ୍ୟବସ୍ଥା ଧ୍ୱଂସକାରୀ ନୀତିଗୁଡିକର ସମାଲୋଚନା କରିବା ସହିତ ଦେଶକୁ ରକ୍ଷା କରିବା ପାଇଁ ଦେଶବାସୀ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ ।