ସିଏମସି କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରଙ୍କ ହଟ୍ଟଗୋଳ

ସିଏମସି କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରଙ୍କ ହଟ୍ଟଗୋଳ

ସିଏମସି କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରଙ୍କ ହଟ୍ଟଗୋଳ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ କାଉନସିଲ ବୈଠକ ଆରମ୍ଭରୁ କଂଗ୍ରେସ କର୍ପୋରେଟରମାନ ହଟ୍ଟଗୋଳ କରିଥିଲେ । ୩ଟି ବିଧାନସଭା ନିର୍ବାଚନକୁ ନେଇ ସିଏମସି ଗଠନ ହୋଇଛି । ବିଶେଷ କରି ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀଟି ସମ୍ପୂର୍ଣ୍ଣ ଥିବାବେଳେ ଚୌଦ୍ୱାର କଟକ ଏବଂ କଟକ ସଦରର ନିର୍ବାଚନ ମଣ୍ଡଳୀର ଆଂଶିକ ରହିଛି । ସମ୍ପ୍ରତି ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ୍ଣ ସିଏମସି ଅଧିନରେ ଥିଲେ ମଧ୍ୟ ବିଧାୟକଙ୍କୁ ଅଣଦେଖା କରାଯିବା ଦୁର୍ଭାଗ୍ୟ ଜନକ ବୋଲି କର୍ପୋରେଟରମାନେ ଅଭିଯୋଗ ଆଣିଥିଲେ । କିନ୍ତୁ ସିଏମସିରେ ସଂଖ୍ୟାଗରିଷ୍ଠ ଥିବା ଲୋକାଲ ଅର୍ବାନ ବଡ଼ି(ୟୁଏଲବି) ଅଧିକାରୀମାନଙ୍କ ସହ ମିଶି ପକ୍ଷପାତିତା ନୀତିରେ କାମ କରୁଥିବା କଂଗ୍ରେସ କର୍ପୋରେଟର ମାନେ ସିଏମସି ମେୟର ଓ କମିଶନରଙ୍କୁ ଆରୋପ ଲଗାଇଥିଲେ । ଏପରିକି ଏକାଧିକ ଉଦ୍ଘାଟନ ଉତ୍ସବରେ କଟକ-ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ନଡାକିବା ସହ ଫଳକରେ ନାଁ ନଥିବା ଅଭିଯୋଗ ଆଣି କଂଗ୍ରେସ କର୍ପୋରେଟରମାନେ ସମ୍ମିଳନୀ ଗୃହରେ ଧାରଣାରେ ବସିବା ସହ ପାଟିତୁଣ୍ଡ କରିଥିଲେ । ଏଥି ସହିତ କଂଗ୍ରେସ କର୍ପୋରେଟରମାନେ ମେୟର ଓ କମିଶନରଙ୍କ ଠାରୁ ଏହାର ସ୍ପଷ୍ଟୀକରଣ ଚାହିଁଥିଲେ । କଂଗ୍ରେସ ପରି ବିଜେପି କର୍ପୋରେଟରମାନେ ମଧ୍ୟ ବିଭିନ୍ନ ଅଭିଯୋଗ ଆଣି ହୋ-ହଲ୍ଲା କରିଥିଲେ । ଯାହା ଦ୍ୱାରାକି ବିରୋଧୀ କଂଗ୍ରେସ ଓ ବିଜେପି କର୍ପୋରେଟରମାନେ ବୈଠକ ବର୍ଜନ କରି ସିଏମସି ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ହେଲେ ସେପଟେ ବିନା ବିରୋଧୀରେ ମଧ୍ୟ ସିଏମସିର କାଉନସିଲ ବୈଠକ ଚାଲିଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ