ସିଏମସି କର୍ମଚାରୀଙ୍କ କରୋନା କଟକଣାକୁ ଫୁ….

ସିଏମସି କର୍ମଚାରୀଙ୍କ କରୋନା କଟକଣାକୁ ଫୁ….

ଚାଲିଥିଲା ମଦ ମାଂସର ଆସର: ଚଢ଼ାଉ କଲା ପୁଲିସ୍
କଟକ (ଏନ୍.ଏମ୍.): କଟକ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ କଟକ ସହରରେ କରୋନା ମୁକାବିଲା ନିମନ୍ତେ କଟକରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ତାଲାବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ଠପ୍ ହୋଇ ଯାଇଥିବାବେଳେ କଟକରେ ଖୋଦ ସିଏମସିର କିଛି କର୍ମଚାରୀଙ୍କ ମଦ ମାଂସ ଆସର ଚାଲିଛି । ସହରର ନଳିନୀ ମଣ୍ଡପ ନିକଟରେ ଏହି ଆସର ଜମିଥିବା ବେଳେ ଖବର ପାଇ ବିଡାନାସୀ ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏଥି ସହିତ ସିଏମସି କର୍ମଚାରୀଙ୍କ ଠାରୁ ଜୋରିମାନା ମଧ୍ୟ ପୁଲିସ ଆଦାୟ କରିଥିଲା । ତେବେ ପ୍ରଶ୍ନ ଉଠୁଛି ଯେଉଁଠି ସରକାର ୨୫ ଜଣଙ୍କୁ ନେଇ ବାହାଘର ପାଇଁ ଅନୁମତି ଦେଇଛନ୍ତି ଓ ରିସେପସନକୁ ମନା କରିଛନ୍ତି, ସେଠି ସିଏମସି କର୍ମଚାରୀ କେମିତି ରାତି ଅଧିଆ ଭୋଜି କରୁଥିଲେ କେମିତି । ଏଥିପାଇଁ ସେମାନଙ୍କୁ କିଏ ଅନୁମତି ଦେଇଥିଲେ । ଅନ୍ୟପକ୍ଷରେ ତାଲାବନ୍ଦକୁ ସଫଳ ରୂପରେଖ ଦେବାପାଇଁ ସିଏମସି ଅଗ୍ରଣୀ ଭୂମିକା ନେଇଥିବାବେଳେ ଖୋଦ ସିଏମସି କର୍ମଚାରୀ କରେନା କଟକଣା ଉଲ୍ଲଙ୍ଘନ କରିବା ଦୁର୍ଭାଗ୍ୟ ଜନକ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ