ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି

ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି

ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି

News by Kanhucharan Panda (jagatpur)

କଟକ(ଏନ୍‌.ଏମ୍‌.): କଟକ ସହରରେ ଶାରଦୀୟ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନିକସ୍ତରରୁ ଆରମ୍ଭ କରି ସାହି ମୁରବୀଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ । କିଭଳି ସୁରୁଖୁରୁରେ ପାଳନ ହେବ ପାର୍ବଣ । ହେଲେ ସିଏମସି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ସହରର ବିଭିନ୍ନ ୱାର୍ଡ଼ରେ ଜନଅସନ୍ତୋଷ ତେଜିବାରେ ଲାଗିଛି । ଗୋଟିଏ ପଟେ ପାର୍ବଣ ନିମନ୍ତେ ସିଏମସି ମେୟର ଓ କମିଶନର ବ୍ୟାପକ ପ୍ରସ୍ତୁତି ତଥା ପଦକ୍ଷେପ ନେଉଥିବାବେଳେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତାହାର ଠିକ୍ ଢଙ୍ଗରେ ତଦାରଖ ଦେଉନାହିଁ । ଫଳରେ ବିଭିନ୍ନ ୱାର୍ଡ଼ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ସମ୍ପ୍ରତି ସହରରେ ପୂଜା ପାଇଁ ମାହୋଲ ସରଗରମ ହୋଇଥିବାବେଳେ ନାଳନର୍ଦ୍ଦମା ପାଣି ରାସ୍ତାରେ ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି । ସିଏମସି ୪୮ନମ୍ବର ୱାର୍ଡ ନମ୍ବର ୱାର୍ଡ଼ ଆଇ.ବି ରୋଡସ୍ଥିତ ମଙ୍ଗଳା ଗଡା ଠାରେ ରାସ୍ତା ଉପରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇ ବର୍ଷା ଜଳ ଓ ନର୍ଦ୍ଦମା ପାଣି ଜମି ରହିବାରୁ ଅଞ୍ଚଳବାସୀ ନାହିଁନଥିôବା ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଫକୀରପୁର ବଉଳେଇ ସାହି ମଙ୍ଗଳା ଗଡା ଠାରୁ ନଜରପୁର ପ୍ରର୍ଯ୍ୟନ୍ତ ଏହି ଙ୍କକ୍ରିଟ ରାସ୍ତାଟି ସାହିର ମୁଖ୍ୟ ରାସ୍ତା ହୋଇଥିବାରୁ ରାସ୍ତା ମଝିରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ନାଳ ନର୍ଦ୍ଧମା ଓ ପାଣି କାଦୁଅ ଜମି ରହିଥିବାରୁ ସାଧାରଣ ବାଟୋଇ ମାନେ ନାନାଦି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସେହିଭଳି ଫକୀରପୁର ରାସ୍ତାରୁ ଜଳ ନିଷ୍କାସନ ହୋଇ ନପାରିବା ଯୋଗୁଁ ଅଞ୍ଚଳବାସୀ ଏକପ୍ରକାର ଜଳବନ୍ଦୀ ଅବସ୍ଥା ଭୋଗ କରୁଛନ୍ତି । ଗୋଟିଏ ପଟେ ଦୁର୍ଗାପୂଜା ପାଇଁ ସିଏମସି ରାସ୍ତାଘାଟ, ନାଳନର୍ଦ୍ଦମା ତଥା ଆଲୋକୀକରଣ ବ୍ୟବସ୍ଥାର ସୁଧାର ପାଇଁ ଘନଘନ ବୈଠକ କରୁଥିଲେ ମଧ୍ୟ ଆଉ ୯ଦିନ ଭିତରେ କିଭଳି ସମସ୍ତ କାର୍ଯ୍ୟ ଶେଷ ହେବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦଶହରା ପୂର୍ବରୁ ସହରର ସମସ୍ତ ରାସ୍ତାଘାଟ ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ