ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚର ସମାବେଶ: ମ୍ୟାଚୁରିଟି ପ୍ରାପ୍ୟ ତୁରନ୍ତ ପାଇବା ପାଇଁ ଆଲୋଚନା

ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚର ସମାବେଶ: ମ୍ୟାଚୁରିଟି ପ୍ରାପ୍ୟ ତୁରନ୍ତ ପାଇବା ପାଇଁ ଆଲୋଚନା

ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚର ସମାବେଶ: ମ୍ୟାଚୁରିଟି ପ୍ରାପ୍ୟ ତୁରନ୍ତ ପାଇବା ପାଇଁ ଆଲୋଚନା


କଟକ(ଏନ୍‌.ଏମ୍‌.): ଦୀର୍ଘ ଦିନ ଧରି ସାହାରା ଇଣ୍ଡିଆ ବିଭିନ୍ନ କ୍ରେଡିଟ କୋଅପରେଟିଭ ସୋସାଇଟି ଅନ୍ତର୍ଗତ ଜମା ଯୋଜନାର ମ୍ୟାଚୁରିଟି ପ୍ରାପ୍ୟ ଜମାକର୍ତ୍ତାଙ୍କୁ ଫେରାଉନଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ସେମାନଙ୍କ ପ୍ରାପ୍ୟ ପାଉନଥିବା ଯୋଗୁ ଅସନ୍ତୁଷ୍ଟ ଜମାକର୍ତ୍ତା ଓ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସମାବେଶ \”ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚ’ତରଫରୁ ସ୍ଥାନୀୟ ବାଖରାବାଦ ସ୍ଥିତ \”ଗାନ୍ଧୀ ଭବନ’ଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା ।
ଏହି ସମାବେଶରେ ମୂଖ୍ୟଅତିଥି ଭାବେ ଓଡିଶା ବୋର୍ଡ ଅଫ ରେଭେନ୍ୟୁ ବାର୍ ଆସୋସିଏସନର ସଭାପତି ଆଇନଜୀବୀ ଦେବାଶିଷ ପାଣିଗ୍ରାହୀ ଯୋଗଦେଇ ଜମାକର୍ତ୍ତା ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷାକରି ଆନ୍ଦୋଳନକୁ ଆଗକୁ ନେବାପାଇଁ ସେ ଆହ୍ୱାନ ଦେଇଥିଲେ । ଏହାପରେ ସଭାପତି ଅମରେଶ୍ୱର ତ୍ରିପାଠୀ ଓ ସଂପାଦକ ଶରତ ଚନ୍ଦ୍ର ଶତପଥୀ ଜମାକର୍ତ୍ତାଙ୍କୁ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରି ଆଗାମୀ ଦିନରେ ଜମାଧନ ଫେରି ପାଇବା ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ସାହାରା ଇଣ୍ଡିଆର ଉଚ୍ଚ ପଦାଧିକାରୀ, ସରକାର, ପ୍ରଶାସନ ନିକଟରେ ଜମାକର୍ତ୍ତାଙ୍କର ମ୍ୟାଚୁରିଟିର ପ୍ରାପ୍ୟ ଫେରିପାଇବା ପାଇଁ ଦାବି ଉପସ୍ଥାପନ କରାଯିବାପାଇଁ ନିଷ୍ପତ୍ତି ହୋଇଥିଲା । ସଂସ୍ଥା ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ମ୍ୟାଚୁରିଟି ପ୍ରାପ୍ୟ ଫେରାଇ ପାରୁନଥିବା ବେଳେ କେଉଁ ଅଧିକାର ବଳରେ ଏବେ ବି ନିରୀହ ଜମାକର୍ତ୍ତାଙ୍କୁ ଶୋଷଣ କରି ଲୋଭନୀୟ ସ୍କିମ୍ ମାଧ୍ୟମରେ ଜମାରାଶି ସଂଗ୍ରହ କରୁଛି ତାହା ନେଇ ସମାବେଶରେ କ୍ଷୋଭ ପ୍ରକାଶ ପାଇଥିଲା । ଶେଷରେ ସାହାରା ଜମାକର୍ତ୍ତା ସୁରକ୍ଷା ମଞ୍ଚ ତରଫରୁ ସାବିତ୍ରୀ ନନ୍ଦ ଧନ୍ୟବାଦ ଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି