ସାଲେପୁରରେ ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ
ସାଲେପୁର(ଏନ୍.ଏମ୍.): ସମ୍ପ୍ରତି ପରିବେଶ ସନ୍ତୁଳନ ନିମନ୍ତେ ବୃକ୍ଷରୋପଣ ଅପରିହାର୍ଯ୍ୟ ହୋଇ ପଡ଼ିଛି । ଯଦି ଅଧିକରୁ ଅଧିକ ସବୁଜ ବଳୟ ସୃଷ୍ଟି କରାନଯାଏ ତେବେ ସୃଷ୍ଟି ଧ୍ୱଂସ ପାଇଯିବ ବୋଲି ବହୁ ପରିବେଶ ବିତ୍ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସାଲେପୁର ଅଞ୍ଚଳକୁ ସବୁଜ ସୁନ୍ଦର କରିବା ପାଇଁ ବିଧାୟକ ପ୍ରଶାନ୍ତ ବେହେରା ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଅବସରରେ ବିଧାୟକଙ୍କ ନେତୃତ୍ୱରେ ବ୍ୟାପକ ବୃକ୍ଷ ରୋପଣ କରାଯିବା ସହ ପରିବେଶ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରତ୍ୟେକ ଥର ବିଜେଡିର ବର୍ଷ ପୂର୍ତି ଅବସରରେ କିଛି ନା କିଛି କାର୍ଯ୍ୟକ୍ରମ ହେଉଥିବାବେଳେ ଚଳିତ ବର୍ଷ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଇଛି । ଆଜି ସାଲେପୁର ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମରେ ବୃକ୍ଷରୋପଣ ଓ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଧାୟକ ଶ୍ରୀଯୁକ୍ତ ବେହେରା ଯୋଗଦାନ କରି ବୃକ୍ଷରୋପଣ ଏକ ମହତ କାଯ୍ୟ ଓ ଏହାର ମହତ୍ତ୍ୱ ବିଷୟରେ ବୁଝାଇଥିଲେ । ଶେଷରେ ନିଜ ହାତରେ ବୃକ୍ଷରୋପଣ କରି ସାମାଜିକ ସେବାର ବାର୍ତ୍ତା ମଧ୍ୟ ଦେଇଥିଲେ । ଏହି କାଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଚେୟାରମ୍ୟାନ ରାମଚନ୍ଦ୍ର ଭୋଇ, ଭାଇସ ଚେୟାର ମ୍ୟାନ, ସେବା ସମବାୟର ସମସ୍ତ ସଭାପତି, ପ୍ରତେକ ପଞ୍ଚାୟତର ସରପଞ୍ଚ ମାନେ ଓବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।