ସାମ୍ବାଦିକଙ୍କ ପିତୃ ବିୟୋଗ

ସାମ୍ବାଦିକଙ୍କ ପିତୃ ବିୟୋଗ

ସାମ୍ବାଦିକଙ୍କ ପିତୃ ବିୟୋଗ

News by Basanta Ratha

ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲା ସରଧପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ସାମ୍ବାଦିକ ସୁଦିପ୍ତ କୁମାର ବଡ଼ଜେନାଙ୍କ ପିତା ସୁବାଷ ଚନ୍ଦ୍ର ବଡ଼ଜେନାଙ୍କ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ସେ ଜଣେ ପରୋପକାରୀ, ସ୍ପଷ୍ଟବାଦୀ, ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଏକଦଶାହ ଓ ଦ୍ୱାଦଶାହ ଅବସରେ ଆୟୋଜିତ ସ୍ମୃତିସଭାରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମୁରବୀ ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ତାଙ୍କର ଗତ ମାର୍ଚ୍ଚ ୭ତାରିଖରେ ପରଲୋକ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ଭାଇ ସୁରେଚନ୍ଦ୍ର ବଡ଼ଜେନାଙ୍କ ସମେତ ପୁତ୍ର ପୁତ୍ରବଧୁ, ନାତି, ନାତୁଣୀ ଏବଂ ବନ୍ଧୁ ପରିଜନ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ