ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ ଉତ୍ସବ

ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ ଉତ୍ସବ

ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ ଉତ୍ସବ

News by Basanta Ratha (Nischintakoili)

#ନିଶ୍ଚିନ୍ତକୋଇଲି(ଏନ୍‌.ଏମ୍‌.): କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନସ୍ଥ ବ୍ରାହ୍ମଣଖଣ୍ଡ ସିଲୋ ଠାରେ ଥିବା ସାଧୁବଟ ଆବାସିକ ବିଦ୍ୟାମନ୍ଦିର (ଗୁରୁକୁଳ)ର ୧୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାଶିଷ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଫେସର ବୈଷ୍ଣବ ଚରଣ ପଟ୍ଟନାୟକ ଯୋଗଦେଇ ଗୁରୁକୁଳ ଶିକ୍ଷା ଛାତ୍ରର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରଫେସର ଶୁଭେନ୍ଦୁ ମହାନ୍ତି ଯୋଗଦେଇ ଶିକ୍ଷା ହେଉଛି ବିକାଶର ଚାବି କାଠି ବୋଲି କହିଥିଲେ । ସମ୍ମାନିତ ଅତିଥି ସିଲୋ ସରପଞ୍ଚ ସିପ୍ରା ଭୋଇ ଯୋଗଦେଇ ଗୋମତୀ ଆଶ୍ରମର ବାବା ଅକ୍ଷୟ ଦେବଦାସ ମହାରାଜଙ୍କ ମାନସ ସନ୍ତାନ ହେଉଛି ସାଧୁବଟ ଆବାସିକ ବିଦ୍ୟାମନ୍ଦିର ବୋଲି ପ୍ରକାଶ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଅନୁଷ୍ଠାନ ସମ୍ପାଦକ ସୁଧାକର ମାଦେଳି, ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଯୋଗଦେଇ ଗୁରୁକୁଳ ଶିକ୍ଷା ବ୍ୟବସ୍ଥା ଉପରେ ଟିପଣୀ ରଖିଥିଲେ । ଏଥିରେ ଶିକ୍ଷକ ପ୍ରଭାକର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ହିମାଂଶୁ ଶେଖର ବେହେରା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବରେଣ୍ୟ ଅତିଥିମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ, ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ ସହଯୋଗ କରିଥିଲେ । ଏହି ଉତ୍ସବରେ କ୍ରୀଡ଼ା ଓ ଶିକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୭ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି