ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା

ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା

ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା


କଟକ(ଏନ୍‌.ଏମ୍‌.): ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା ଦେଖିବାକୁ ମିଳିଛି । ଗତ ସପ୍ତାହରେ ସାଂସଦ ସୁବାସ ସିଂ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର, ୱାର୍ଡ ନମ୍ବର ୧୩, ୧୮ ଓ ୧୯ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କରିବା ସହିତ ନଳା ମାନଙ୍କ ରୁ ପଙ୍କ ଉଦ୍ଧାର କାର୍ଯ୍ୟକ୍ରମ ଖୁବ ଶୀଘ୍ର ସାରିବାକୁ ସିଏମସିକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷାରେ ସିଏମସି କମିଶନର ସାଂସଦ ଯାଇଥିବା ୱାର୍ଡମାନଙ୍କୁ ଯାଇ ପଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଆଜି ଉକ୍ତ ୱାର୍ଡମାନଙ୍କୁ ପୁନଃ ପରିଦର୍ଶନରେ ଯାଇ ନଳା ମାନକରୁ ପଙ୍କ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାର ଦେଖି ସାଂସଦ ସନ୍ତୋଷ ପ୍ରକାଶ କରିଥଲେ । ଏହି ସମିକ୍ଷା ଓ ଅନୁସନ୍ଧାନ କାର୍ଯ୍ୟରେ କନିଷ୍ଠ ଯନ୍ତ୍ରୀ ଓ ୱାର୍ଡର କର୍ମକର୍ତ୍ତାମାନେ ଯଥା, ୧୮ନମ୍ବର ୱାର୍ଡର ସଭାପତି ସୌମ୍ୟଦୀପ ଘୋଷ ୧୯ ନମ୍ବର ୱାର୍ଡର ସଭାପତି ପ୍ରଦୀପ ସିଂହ,୨୦ ନମ୍ବର ୱାର୍ଡର ସଭାପତି ଜଗନ୍ନାଥ ସ୍ୱାଇଁ, ପ୍ରଭୃତି ଯୋଗଦାନ କରିଥିଲେ । ସାଂସଦଙ୍କ ଏତାଦୃଶ କାର୍ଯକ୍ରମକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଥିଲେ । ଆଜି ଉକ୍ତ ୱାର୍ଡମାନଙ୍କୁ ପୁନଃ ପରିଦର୍ଶନରେ ଯାଇ ନଳା ମାନକରୁ ପଙ୍କ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାର ଦେଖି ସାଂସଦ ସନ୍ତୋଷ ପ୍ରକାଶ କରିଥଲେ । ଏହି ସମିକ୍ଷା ଓ ଅନୁସନ୍ଧାନ କାର୍ଯ୍ୟରେ କନିଷ୍ଠ ଯନ୍ତ୍ରୀ ଓ ୱାର୍ଡର କର୍ମକର୍ତ୍ତାମାନେ ଯଥା, ୧୮ ନମ୍ବର ୱାର୍ଡର ସଭାପତି ସୌମ୍ୟଦୀପ ଘୋଷ ୧୯ ନମ୍ବର ୱାର୍ଡର ସଭାପତି ପ୍ରଦୀପ ସିଂହ,୨୦ ନମ୍ବର ୱାର୍ଡର ସଭାପତି ଜଗନ୍ନାଥ ସ୍ୱାଇଁ, ପ୍ରଭୃତି ଯୋଗଦାନ କରିଥିଲେ । ସାଂସଦଙ୍କ ଏତାଦୃଶ କାର୍ଯକ୍ରମକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ