ସର୍ବୋଚ୍ଚ ନ୍ୟାୟାଳୟରେ ଶପଥ ନେଲେ ୨ ନୂଆ ବିଚାରପତି, ପୂରଣ ହେଲା ସବୁ ପଦବୀ

ସର୍ବୋଚ୍ଚ ନ୍ୟାୟାଳୟରେ ଶପଥ ନେଲେ ୨ ନୂଆ ବିଚାରପତି, ପୂରଣ ହେଲା ସବୁ ପଦବୀ

ସର୍ବୋଚ୍ଚ ନ୍ୟାୟାଳୟରେ ଶପଥ ନେଲେ ୨ ନୂଆ ବିଚାରପତି, ପୂରଣ ହେଲା ସବୁ ପଦବୀ


ନୂଆଦିଲ୍ଲୀ(ଏଜେନ୍ସି): ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ୨ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ ରାଜେଶ ବିନ୍ଦଲ୍ ଓ ଜଷ୍ଟିସ ଅରବିନ୍ଦ କୁମାର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି । ଉଭୟଙ୍କ ଶପଥ ଗ୍ରହଣ ସହ ସୁପ୍ରିମକୋର୍ଟରେ ବିଚାରପତି ଆସନ ପୂର୍ଣ୍ଣ ହୋଇଛି । ସୁପ୍ରିମକୋର୍ଟରେ ପ୍ରଧାନ ବିଚାପତିଙ୍କ ସମେତ ମୋଟ ୩୪ ଟି ବିଚାରପତି ଆସନ ରହିଛି । ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ ।
ସୁପ୍ରିମକୋର୍ଟକୁ ପଦୋନ୍ନତି ହେବା ପୂର୍ବରୁ ଜଷ୍ଟିସ ବିନ୍ଦଲ୍ ଆହଲ୍ଲାବାଦ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିବାବେଳେ ଜଷ୍ଟିସ ଅରବିନ୍ଦ କୁମାର ଗୁଜରାଟ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ । ୯ ମାସର ବ୍ୟବଧାନ ପରେ ସୁପ୍ରିମକୋର୍ଟରେ ଧାର୍ଯ୍ୟ ବିଚାରପତିଙ୍କ ସଂଖ୍ୟା ପୂର୍ଣ୍ଣ ହୋଇଛି । ପୂର୍ବରୁ ଫେବୃଆରୀ ୬ ତାରରିଖରେ ସୁପ୍ରିମକୋର୍ଟରେ ୫ ଜଣ ବିଚାରପତି ନିଯୁକ୍ତ ହୋଇଥିଲେ । ଏହି ୫ ଜଣ ବିଚାରପତିଙ୍କୁ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ବିଚାରପତି ପଙ୍କଜ ମିତଲ୍‌, ସଞ୍ଜୟ କାରୋଲ୍‌, ପି. ଭି. ସଞ୍ଜୟ କୁମାର, ଅଶାନୁଦ୍ଦୀନ ଅମନୁଲ୍ଲା ଏବଂ ମନୋଜ ମିଶ୍ରାଙ୍କୁ ଶପଥ ପାଠ ଗ୍ରହଣ କରାଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ଶିକ୍ଷା ଓ ନିଯୁକ୍ତି