ସର୍ବହାରର ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ କଟକରେ ଉଦ୍ ଘାଟନୀ ସଭା

ସର୍ବହାରର ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ କଟକରେ ଉଦ୍ ଘାଟନୀ ସଭା

ସର୍ବହାରର ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ କଟକରେ ଉଦ୍ ଘାଟନୀ ସଭା

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଏ ଯୁଗର ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ, ସର୍ବହରା ଶ୍ରେଣୀର ମହାନ ନେତା ତଥା ଏସ୍‌.ୟୁ.ସି.ଆଇ(ସି)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଶିବଦାସ ଘୋଷଙ୍କର ଜନ୍ମ ଶତବର୍ଷ ଉପଲକ୍ଷେ ଆଜି ଜିଲ୍ଲାସ୍ତରୀୟ ଉଦ୍ ଘାଟନୀ ସଭା ସ୍ଥାନୀୟ ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା କଟକ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ବୀଣାପାଣି ଦାସ ଉପସ୍ଥିତ ଥିଲେ। ସମ୍ପାଦକ ମଣ୍ଡଳୀର ସଦସ୍ୟ ଅକ୍ଷୟ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ, ଆଜି ଦେଶ ଏକ ସର୍ବଗ୍ରାସି ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଅର୍ଥନୈତିକ, ସାଂସ୍କୃତିକ ସଙ୍କଟ ଆଜି ଚରମ ସୀମାରେ ପହଞ୍ଚିଛି। ଏହି ସଙ୍କଟରୁ ମୁକ୍ତି ପାଇଁ ଜନସାଧାରଣ ରାସ୍ତା ଖୋଜୁଛି। ଏପରିକି ସ୍ୱତଫୁର୍ତ୍ତ ଆନ୍ଦୋଳନରେ ଫାଟି ପଡୁଛି। ଆଜିର ପରିସ୍ଥିତିରେ ଜନସାଧାରଣଙ୍କର ଅର୍ଥନୈତିକ ଜ୍ୱଳନ୍ତ ସମସ୍ୟାର ସମାଧାନ ପାଇଁ ଏସ୍‌.ୟୁ.ସି.ଆଇ(ସି)ର ନେତୃତ୍ୱରେ ଶକ୍ତିଶାଳୀ ଗଣଆନ୍ଦୋଳନ ଓ ଶ୍ରେଣୀ ସଂଗ୍ରାମ ଗଢିତୋଳିବାକୁ ସେ ଆହ୍ୱାନ ଦେବା ସହ କମ୍ରେଡ ଶିବଦାସ ଘୋଷଙ୍କ ଶିକ୍ଷା ଓ ସଂଗ୍ରାମକୁ ଜନଗଣଙ୍କ ମଧ୍ୟରେ ପହଞ୍ଚେଇବାର ପାଇଁ ବିଭନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ କହି ସେ ତାଙ୍କର ବକ୍ତବ୍ୟ ସମାପ୍ତ କରିଥିଲେ ।   ଶେଷରେ ଆନ୍ତର୍ଜାତିକୀ ସଂଗୀତ ଗାନ କରାଯାଇଥିଲା । ଏହି ସଭାରେ  ଖଗେଶ୍ୱର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ବବି ବଳବନ୍ତରାୟ, ସିଦ୍ଧାର୍ଥ ରଥ, ଭାଗ୍ୟରବି ଦାସ, ବିନୋଦ ସେଠୀ, ତରୁଣସେନ ନାୟକ,ଦୀପକ ଦାସ,  ଇଶା ଧର, ଟିକା ସାମଲ ପ୍ରମୂଖ ଉପସ୍ଥିତ ଥିଲେ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ