ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଲା ଏସସିବି ଆନାଟୋମୀ ସଂଗ୍ରହାଳୟ

ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଲା ଏସସିବି ଆନାଟୋମୀ ସଂଗ୍ରହାଳୟ

ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଲା ଏସସିବି ଆନାଟୋମୀ ସଂଗ୍ରହାଳୟ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବିଶ୍ୱ ସଂଗ୍ରହାଳୟ ଦିବସ ଅବସରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ (ଏସସିବି)ର ଆନାଟୋମୀ (ଶରୀର ବିଭାଗ) ସଂଗ୍ରହାଳୟରେ ଛାତ୍ର ଛାତ୍ରୀଙ୍କ ପାଠ ପଢା ନିମନ୍ତେ ରଖାଯାଇଥିବା ମଣିଷ ଶରୀରର ବିଭିନ୍ନ ଅଙ୍ଗକୁ ଆଜି (ଗୁରୁବାର) ସର୍ବସାଧାରଣ ପରିଦର୍ଶନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଆନାଟୋମୀ ବିଭାଗର ଏଚଓଡି ପ୍ରଫେସର ଡାକ୍ତର ସତ୍ୟଶ୍ରୀ ରାୟଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଡିନ ଏବଂ ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ପ୍ରସନଜିତ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରର ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟର ଏଚଓଡି ପ୍ରଫେସର ଡାକ୍ତର ଶ୍ରୀ ଗୌରବ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଫେସର ଡାକ୍ତର ବି.କେ. ଦତ୍ତ, ଡାକ୍ତର ସନ୍ତୋଷ ସାହୁ ପ୍ରମୁଖ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ମନୋଜ ଦେହୁରୀ, ଡାକ୍ତର ସ୍ମିତା ପାତ୍ର, ମାନସ ରଞ୍ଜନ ପତିଙ୍କ ସମେତ ସମସ୍ତ କର୍ମକର୍ତା ଓ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ