ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା

ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା

ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା


ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ରାଜୀବ ଭବନଠାରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଲେ ଯେ, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଘୂର୍ଣ୍ଣିବଳୟ ଅବପାତର ରୂପ ନେଇପାରେ । ଅବପାତରୁ ତୀବ୍ର ଅବପାତ ଓ ବାତ୍ୟା ହେବ କି ନାହିଁ ଆସନ୍ତା କାଲି ସନ୍ଧ୍ୟାବେଳକୁ ଏହା ସ୍ପଷ୍ଟ ହୋଇଯିବ । ପରିସ୍ଥିତିକୁ ଆଖି ଆଗରେ ରଖି ସରକାର ୧୮ଟି ଜିଲ୍ଲାକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସ୍ୱତନ୍ତ୍ର ରିଲିଫ୍ କମିଶନର ଆଲୋଚନା କରିଛନ୍ତି । ଏନ୍‌ଡିଆରଏଫ୍‌, ଓଡ୍ରାଫ, ରାଜ୍ୟ ଅଗ୍ନିଶମ ସେବାର ଅଧିକାରୀମାନଙ୍କ ସହିତ ଆଗୁଆ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ମୁତୟନ କରାଯିବ । ଶକ୍ତି ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହିତ ନିରନ୍ତର ବିଦ୍ୟୁତ ଶକ୍ତି ଯୋଗାଣ ଓ ପାନୀୟ ଜଳ ଯୋଗାଇଦେବା ନେଇ ଆଲୋଚନା ହୋଇଛି । ଆସନ୍ତାକାଲି ଟେଲିକମ୍ ସେବା ଯୋଗାଣକାରୀମାନଙ୍କ ସହିତ ଆଲୋଚନା କରାଯିବ । ଲୋକମାନଙ୍କ ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଡର ପଶିଥିବାବେଳେ ଜନସାଧାରଣଙ୍କୁ ଅଯଥା ଆତଙ୍କିତ କରାଯିବା ଉଚିତ ନୁହେଁ । ଅସାଧୁ ବ୍ୟବସାୟୀମାନେ ଏହି ସମୟର ଫାଇଦା ଉଠାଇବାକୁ ଯାଇ ଦର ବଢ଼ାଇବାକୁ ଚେଷ୍ଟା କରୁଛନ୍ତି । ଏଥିରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି । ଖରାଦିନିଆ ବାତ୍ୟାର ପ୍ରାୟତଃ ବିଶେଷ ପ୍ରଭାବ ପଡେ ନାହିଁ । ମାର୍କେଟରେ ସମସ୍ତ ଜିନିଷ ମହଜୁଦ ଅଛି । କୃତ୍ରିମ ଅଭାବ ସୃଷ୍ଟି କରିବାର କୌଣସି ଆବଶ୍ୟକତା ନାହିଁ । ବାତ୍ୟାକୁ ନେଇ ସତର୍କ ରହିବା ଏବଂ କୌଣସି ପରିସ୍ଥିତିରେ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ