ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ସିଏମସି କମିଶନରଙ୍କୁ ଦାବିପତ୍ର

ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ସିଏମସି କମିଶନରଙ୍କୁ ଦାବିପତ୍ର

ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ସିଏମସି କମିଶନରଙ୍କୁ ଦାବିପତ୍ର


କଟକ(ଏନ୍‌.ଏମ୍‌.): ଆଜି କଟକ ମହାନଗର ନିଗମ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ବିରୋଧୀ ଦଳ ନେତା ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ସିଏମସି ଆୟୁକ୍ତଙ୍କୁ ଭେଟି ସମ୍ଭାବ୍ୟ ବାତ୍ୟା ‘ଆସାନି’ ବାତ୍ୟା ମୁକାବିଲା ପାଇଁ ପ୍ରତିକାର ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଟକ ସହରର ମୁଖ୍ୟନାଳ ବକ୍ସି ବଜାର ଠାରୁ ମାତୃଭବନ ପର୍ଯ୍ୟନ୍ତ ପଙ୍କୋଦ୍ଧାର କାର୍ଯ୍ୟ ହେଉ ନଥିବା କାରଣରେ ବର୍ଷା ଓ ନାଳ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହେବ ବୋଲି ସତର୍କ କରାଇବା ସହିତ ଜାଇକାର ବେପୁରିଆ ଖୋଳତାଡ କାର୍ଯ୍ୟ ଯୋଗୁଁ ବର୍ଜ୍ଜଜଳ ନିଷ୍କାସନ ଓ ଯାତାୟତରେ ଘୋର ବାଧା ସୃଷ୍ଟି କରୁଛି । ଆସାନି ବାତ୍ୟାର ସଙ୍ଗିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଏମସି କର୍ତ୍ତୃପକ୍ଷ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଛୁଟି ବାତିଲ କରିବା ସହିତ ସମ୍ବେଦନଶୀଳ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ମହଜୁଦ ରଖିବା, ବୁଶ କଟର ଓ ଗଛ କଟାଳିଙ୍କୁ ପ୍ରସ୍ତୁତ ରଖିବା ସହିତ ଲୋକଙ୍କୁ ନିରାପଦ ସ୍ଥାନରେ ରଖିବା, ଶିଶୁ ଖାଦ୍ୟ, ପଶୁ ଖାଦ୍ୟ ଓ ପାନୀୟଜଳ ଆଦିର ସୁପରିଚାଳନ ପାଇଁ ଯତ୍ନବାନ ହେବାକୁ ଦାବି କରାଯାଇଅଛି । ତଳିଆ ଓ ଜଳ ବନ୍ଦୀ ଅଞ୍ଚଳର ପରିବାର ଗୁଡିକୁ ପର୍ଯ୍ୟାପ୍ତ ରିଲିଫ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ମଧ୍ୟ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାନୁ ସେନାପତି, ଲିଜାରାଣୀ ରାଉତ, ଜେ. କାମେଷ ରାଓ, ସୁବାଶିଷ ପଟ୍ଟନାୟକ, ସ୍ୱର୍ଣ୍ଣପ୍ରଭା ପଶାୟତ, ବଟକୃଷ୍ଣ ସାହୁ, ଜନାର୍ଦ୍ଦନ ପରିଡା ପ୍ରମୁଖ କର୍ପୋରେଟରମାନେ ପ୍ରତିନିଧି ମଣ୍ଡଳୀରେ ଅଂଶ ଗ୍ରହଣ କରିଥିଲେ ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ