ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ

ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ

ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ

News by Maheswar Behera (Athagarh)

ଆଠଗଡ(ଏନ୍‌.ଏମ୍‌.): ସମବାୟ ସମିତି ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ତେଜିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନିର୍ବାଚନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ଅତୀତରେ ଅନେକ ଦୁର୍ନୀତି କରିଥିଲେ ମଧ୍ୟ କିଛି ରାଜନୈତିକ ଦଳର ଛତ୍ରଛାୟାତଳେ ଏମାନେ ବାରମ୍ବାର ନିର୍ବାଚିତ ହେବା ଘଟଣାକୁ ବହୁ ସଦସ୍ୟ ନାପସନ୍ଦ କରିଛନ୍ତି । ତେବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଥିବା ଆଠଗଡ଼ ଅଞ୍ଚଳର ସୋମପଡା ସମବାୟ ସମିତି କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଲୋକେ ତାଲା ପକାଇଦେଇଥିଲେ । ଫଳରେ ସେଠାରେ ଦୀର୍ଘସମୟ ଧରି ଉତ୍ତେଜନା ଲାଗି ରହିଥିଲା । ସମବାୟ ସମିତିର କାର୍ଯ୍ୟାଳୟ ବର୍ଷସାରା କେବେ ଖୋଲୁନଥିବା ଏବଂ ସଂପାଦକ ନିଜ ଘରେ ବସି ଋଣ ଟଙ୍କା ଦେଣନେଣ କରୁଥିବା ଅଭିଯୋଗ ହୋଇଛି । କେବଳ ଧାନମଣ୍ଡି ସମୟରେ ସାମହିକ ଭାବରେ ଏହାକୁ ଖୋଲି ନିଜ ସମ୍ପର୍କୀୟ ଏବଂ ପ୍ରୀୟାପ୍ରୀତି ପୋଷଣରେ ସାମିଲ ଥିବା ଚାଷୀ ଏବଂ ବେପାରୀଙ୍କ ଧାନ ବିକ୍ରି କରି ସଂପାଦକ ନିଜ କାମ ସାରି ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଗତ ସମବାୟ ନିର୍ବାଚନରେ କାହାକୁ କିଛି ନଜଣାଇ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ନିଜ ପସନ୍ଦର ସଭାପତି ଏବଂ ଅନ୍ୟାନ୍ୟ ପରିଚାଳନା କମିଟି ସଦସ୍ୟଙ୍କୁ ଚୟନ କରୁଥିବା ଅଭିଯୋଗ ହୋଇଥିଲା । ଚଳିତବର୍ଷ ମଧ୍ୟ ସମାନ ଢଙ୍ଗରେ ସଂପାଦକ ନିଜ ମନ ମୁତାବକ କାର୍ଯ୍ୟ କରିବାକୁ ଚାହୁଥିବାରୁ ଲୋକ ମାନଙ୍କର ତିବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଆଶାୟୀ ପାର୍ଥୀମାନେ ସମିତି କାର୍ଯ୍ୟାଳୟ ଖୋଲିବା ପାଇଁ ସଂପାଦକଙ୍କୁ ଫୋନ ଯୋଗେ ଏବଂ ମୌଖିକ କହିଥିଲେ ମଧ୍ୟ ସେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଆଶାୟୀ ପାର୍ଥୀଙ୍କ ସହିତ ସାଧାରଣ ଲୋକ ସମିତି କାର୍ଯ୍ୟାଳୟରେ ତାଲା ପକାଇଥିବା ଜଣାପଡିଛି ।

Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ