ସନ୍ଦେହଜନକ ଅବସ୍ଥାରେ କ୍ୟାବିନରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ କ୍ୟାବିନରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ କ୍ୟାବିନରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଗୋଲେଇଛକସ୍ଥିତ ୧୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ କ୍ୟାବିନ ମଧ୍ୟରୁ ଜନୈକ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଶୁକ ଓରଫ ନିରଞ୍ଜନ ପରିଡା(୩୯) ବୋଲି ଜଣାପଡ଼ିଛି । ସେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧୀନସ୍ଥ ମାହାଳ-ଚଅଁପୁର ଗ୍ରାମର ମୂଳବାସିନ୍ଦା ହୋଇଥିବାବେଳେ ସେ କିଛିମାସ ହେବ ଜଗତପୁର ଅଞ୍ଚଳରେ ରହି ଆସୁଥିଲେ । ମିଳିଥିବା ଖବର ମୁତାବକ, ନିରଞ୍ଜନ ପ୍ରାୟ ୩ ମାସ ହେବ ଗୋଲେଇଛକ ପାଶ୍ୱର୍ରେ ଏକ କ୍ୟାବିନକୁ ଭଡାରେ ନେଇ ଫୁଲ ବ୍ୟବସାୟ କରି ଆସୁଥିଲେ । ଏଥି ସହ ସେ ଅର୍ଡର ମୁତାବକ ସ୍ଥାନୀୟ ଅଞ୍ଚଳର ମନ୍ଦିର, ବିବାହ, ବ୍ରତ ଆଦି ଉତ୍ସବରେ ସାଜସଜ୍ଜା କାର୍ଯ୍ୟ କରିଥାନ୍ତି । ତେବେ ସେ ବିବାହିତ ହୋଇଥିଲେ ବି କୌଣସି କାରଣକୁ ନେଇ ପ୍ରାୟ ୬ ମାସ ହେବ ପରିବାର ଠାରୁ ଅଲଗା ହୋଇ ରହୁଥିଲେ । ତାଙ୍କର ପତ୍ନୀଙ୍କ ସମେତ ଦୁଇ ନାବାଳିକା କନ୍ୟା ସନ୍ତାନ ଥିବା ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ସ୍ଥାନୀୟ ନାନକାର ଗ୍ରାମରେ ଭଡାରେ ରହୁଥିବା ତାଙ୍କ ଭଉଣୀ-ଭିଣୋଇଙ୍କ ଘରୁ ନିରଞ୍ଜନ ଗତକାଲି ଖାଇପିଇ ପ୍ରତିଦିନ ଭଳି ନିଜ କ୍ୟାବିନରେ ରାତିରେ ଶୋଇବାକୁ ଚାଲି ଆସିଥିଲେ । କିନ୍ତୁ ଶନିବାର ସକାଳୁ ତାଙ୍କ ମୃତଦେହଟି କ୍ୟାବିନ ମଧ୍ୟରେ ପଡିରହିଥିବା ଦେଖି ସ୍ଥାନୀୟ ଲୋକେ ଜଗତପୁର ଥାନାକୁ ଅବଗତ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ôଚବା ପରେ ପ୍ରାଥମିକ ତଦନ୍ତ କରି ନିରଞ୍ଜନଙ୍କ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ । ଏ ସଂକ୍ରାନ୍ତରେ ମୃତକଙ୍କ ଭଉଣୀ ସରସ୍ୱତୀ ଖୁଣ୍ଟିଆ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ କେସ ନମ୍ବର୨୨/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ