ବିଶ୍ୱବ୍ୟାପି ରିଲିଜ୍ ହେଲା “ଉତ୍କଳ ଜନନୀ ମମତାମୟୀ’

ବିଶ୍ୱବ୍ୟାପି ରିଲିଜ୍ ହେଲା “ଉତ୍କଳ ଜନନୀ ମମତାମୟୀ’

ବିଶ୍ୱବ୍ୟାପି ରିଲିଜ୍ ହେଲା “ଉତ୍କଳ ଜନନୀ ମମତାମୟୀ’


ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର ଉତ୍କଳ ଦିବସରେ ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବ ଅଡିଟୋରିୟମରେ ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ ପବିତ୍ର ପଟ୍ଟନାୟକଙ୍କ ସଂଗୀତ ନିର୍ଦେଶନାର ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ ” ସଂଗୀତ ଲୋକାର୍ପିତ ହୋଇଯାଇଛି । ଓଡିଶାର ଆଗ ଧାଡିର ୧୦ ଜଣ କଣ୍ଠଶିଳ୍ପୀ ଗାଇଛନ୍ତି । ଆଜି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ବାବା ବଳିଆ, ସମ୍ମାନିତ ଅତିଥି ଭାବେ ବିଶ୍ୱ ଓଡ଼ିଆ ମହାସଂଘ ସଭାପତି ଡକ୍ଟର ସୁରେନ୍ଦ୍ର ନାଥ ମହାପାତ୍ର, ଚୈତନ୍ୟ ପାଇକ ସଭାପତି ଓଡିଶା କଳାକାର ମହାସଂଘ , ସମାଜସେବୀ ଶୁଭଶ୍ରୀ ଦାଶ ଓ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ । ଓଡିଶାର ମାଟି ପାଣି ପବନ ଗୌରବମୟ ଇତିହାସ ଉନ୍ନତ କଳା ସଂସ୍କୃତି ଓ ଭାଷା ପାଇଁ ଓଡିଶା ବିଶ୍ୱ ଦରବାରରେ ପ୍ରଶଂସିତ । ଏହି ସ୍ୱତନ୍ତ୍ର ଗୀତଟିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ସତ୍ୟଜିତ୍ ଶଶାଙ୍କ, ସ୍ୱୟମ୍ ପାଢୀ , ପି. କେ, କୁମାର ଦିଲ୍ଲୀପ, ଅନ୍ତରା ଚକ୍ରବର୍ତ୍ତୀ, ଜାଗୃତି ମିଶ୍ର, ପ୍ରତିଭା ପ୍ରଧାନ, ସ୍ନେହା ବେବର୍ତ୍ତା ଓ ସସ୍ମିତା ମହାନ୍ତି । ସଂଗୀତ ଉନ୍ମୋଚନ ଉତ୍ସବକୁ ସଂଚାଳନା କରିଥିଲେ ସହକାରୀ ସଂଗୀତ ନିର୍ଦ୍ଦେଶକ ନିହାର ଆଚାର୍ଯ୍ୟ । ବିଶ୍ୱର ୪୦ଟି ଦେଶରେ ଏହି ଗୀତର ଭିଡିଓ ରିଲିଜ୍ ହେବାକୁ ଯାଉଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି