ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ… :  ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ… : ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର

ସଚେତନତା ସତ୍ତ୍ୱେ ସରକାରୀ ନିୟମକୁ ଫୁ…

ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର


ସାଲେପୁର(ଏନ୍‌.ଏମ୍‌.): ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିବା ନିମନ୍ତେ ଏହାକୁ ଏକ ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯାଉଛି । ଶିଶୁ ଶ୍ରମିକ ନରଖିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା କରାଯିବା ସହ ଚଢ଼ାଉ ମଧ୍ୟ ଜାରି ରହିଚି । ତଥାପି କିଛି ଅଞ୍ଚଳରେ ଏବେ ବି ଶିଶୁ ଶ୍ରମିକ କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି । ଏପରିକି ଚା ଦୋକାନ, ପାନ ଦୋକାନ, ଗ୍ୟାରେଜ, ପମ୍ପଚର ଦୋକାନ ଠାରୁ ଆରମ୍ଭ କରି ଜଳଖିଆ ଦୋକାନ ଓ ହୋଟେଲମାନଙ୍କରେ ଶିଶୁ ଶ୍ରମିକ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳଛି । ସତେ ଯେମିତି ଏହି ମାନଙ୍କ ଠାରେ ସରକାରଙ୍କ କୌଣସି କଟକଣା ନାହିଁ । ସେହିଭଳି ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ବଡଖିରି ଗ୍ରାମରେ ବେଧଡକ ଭାବେ ଶିଶୁ ଶ୍ରମିକ ନିୟୋଜିତ ଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଟକ ଡିଭିଜନ ପକ୍ଷରୁ ଚଢାଉ କରାଯାଇଥିଲା । ଏକ ପାଞ୍ଚ ଜଣିଆ ଟିମ୍ ଚଢାଉ କରି ୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । କଟକ ଜିଲ୍ଲା ଗ୍ରାମ୍ୟ ଶ୍ରମ ନିରୀକ୍ଷକ ସୁଶ୍ରୀ ସଙ୍ଗୀତା ସ୍ୱାଇଁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତିଙ୍କ ନେତୃତ୍ୱରେ ଏହି ପାଞ୍ଚ ଜଣିଆ ଟିମ ନିଶ୍ଚିନ୍ତକୋଇଲି ପୁଲିସ ସହାୟତାରେ ଏହି ଚଢାଉ କରିଥିଲେ । ସୂଚନା ଅନୁସାରେ ବଡଖିରୀ ଅଞ୍ଚଳର ସୌଭାଗ୍ୟ ରଞ୍ଜନ ସ୍ୱାଇଁ ନାମକ ବ୍ୟକ୍ତି କେନ୍ଦୁଝର ଅଞ୍ଚଳରୁ ଏହି ୨ ନାବାଳକକୁ ଆଣି ତାଙ୍କ ନିଜ ଫାର୍ମରେ ପନିପରିବା ଚାଷ ଓ ମାଛ ଚାଷ କାର୍ଯ୍ୟରେ ନିୟୋଜିତ କରିଥିଲେ । ସେମାନଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ପାରିଶ୍ରମିକ ବାବଦରେ ଦେବାକୁ କହି ନିଜ ଫାର୍ମରେ କାମ କରାଉଥିଲେ । ଫାର୍ମର ମାଲିକଙ୍କ ଉପରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଗ୍ରାମ୍ୟ ଶ୍ରମ ନିରୀକ୍ଷକ ସୂଚନା ଦେଇଛନ୍ତି । ସେହିଭଳି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି