ସଂସଦ ଆକ୍ରମଣ ବାର୍ଷିକୀରେ ସୁରକ୍ଷା ଭଙ୍ଗ ହୋଇଛି

ସଂସଦ ଆକ୍ରମଣ ବାର୍ଷିକୀରେ ସୁରକ୍ଷା ଭଙ୍ଗ ହୋଇଛି

ସଂସଦ ଆକ୍ରମଣ ବାର୍ଷିକୀରେ ସୁରକ୍ଷା ଭଙ୍ଗ ହୋଇଛି
ଲୋକସଭା ବୈଠକରେ ପଶିଗଲେ ୨ଅଜଣା ଯୁବକ, ହାତରେ ଗ୍ୟାସ ନିର୍ଗତ ସାମଗ୍ରୀ ଧରି ଧାଇଁଲେ ଏଣେତେଣେ

Bureau Report

#ନୂଆଦିଲ୍ଲୀ(ଏଜେନ୍ସି): ଆଜିକୁ ୨୨ବର୍ଷ ତଳେ ସଂସଦ ଆକ୍ରମଣ ଘଟଣାର ବାର୍ଷିକ ଦିବସ ଥିବାବେଳେ ସଂସଦ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି ଦେଖାଦେଇଛି । ତେବେ ପୂର୍ବରୁ ଡିସେମ୍ବର ୧୩ତାରିଖକୁ ଖଲିସ୍ଥାନୀ ଆତଙ୍କ ବାଦୀଙ୍କ ପକ୍ଷରୁ ଟାର୍ଗେଟ ଦିଆଯାଇଥିବା ବେଳେ ଆଜି ୧୩ତାରିଖ ଏବଂ ୨ଜଣ ଅଜଣା ଯୁବକ ହଠାତ ସଂସଦରେ ପ୍ରବେଶ କରି ଯେଉଁଭଳି ଉତ୍ପାତ ଆରମ୍ଭ କରିଥିଲେ ତାହାକୁ ନେଇ ଏବେ ଦେଶବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଯାହା ଫଳରେ ଲୋକସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଆଜି ସାମ୍ନାକୁ ଆସିଛି । ସୁରକ୍ଷା ବଳୟ ଭେଦ କରି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ । ସେମାନଙ୍କ ହାତରେ କିଛି ଗ୍ୟାସ ନିର୍ଗତ ସାମଗ୍ରୀ ବି ଥିଲା । ସେମାନଙ୍କ ପ୍ରକୃତ ପରିଚୟ ମିଳିପାରିନି । ଆଜି ପାର୍ଲାମେଣ୍ଟ ଆକ୍ରମଣକୁ ୨୨ ବର୍ଷ ପୂରିଥିବା ବେଳେ କିପରି ଏପରି ସାଂଘାତିକ ତ୍ରୁଟି ଘଟିଲା ତାହା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି । ଏହି ଘଟଣାରେ ସମୁଦାୟ ୪ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟର ଦୁଇ ଜଣ ସଂସଦ ଭିତରେ ପଶିଥିବା ବେଳେ ଅନ୍ୟ ଦୁଇ ଜଣ ବାହାରେ ଥିଲେ । ସେମାନେ ପରିବହନ ଭବନ ସାମ୍ନାରେ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ବାହାରେ ଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ଜଣାଯାଇଛି । ଉଭୟଙ୍କୁ ଉଠାଇ ନେଇଛି ପୁଲିସ୍ । ୨ଜଣଙ୍କ ଠାରୁ ଧୂଆଁ ନିର୍ଗତ ସାମଗ୍ରୀ ଜବତ କଲା ପୁଲିସ । ଆଜି ଲୋକସଭା ଚାଲିଥିବା ବେଳେ ହଠାତ୍ ଦର୍ଶକ ଗ୍ୟାଲେରିରୁ ୨ ଯୁବକ ଭିତରକୁ ଡେଇଁ ପଡ଼ିଥିଲେ । ଉକ୍ତ ସମୟରେ ଲୋକସଭା ଚାଲିଥିବା ବେଳେ ଭିତରେ ବହୁ ସାଂସଦ ଉପସ୍ଥିତ ଥିଲେ । ସେମାନେ ଲୋକସଭା ଭିତରେ ଚାରି ଆଡ଼େ ଦୌଡ଼ିବାକୁ ଲାଗିଲେ । ଏଥିସହ କିଛି ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗବାକୁ ଉଦ୍ୟମ କରିଥିଲେ । ଏହାଦେଖି ସେମାନଙ୍କୁ କାବୁ କରିବାକୁ ଲୋକସଭା ସୁରକ୍ଷା କର୍ମୀ ତୁରନ୍ତ ଆକ୍ସନ ମୁଡକୁ ଆସି ଯାଇଥିଲେ । ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର୍ ଗ୍ୟାସର ପ୍ରୟୋଗ କରାଯାଇଥିଲା । ମାତ୍ର କିଛି ସାଂସଦ ସେମାନଙ୍କୁ କାବୁ କରି ଉଭୟଙ୍କୁ ଲୋକସଭା ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ଏହି ଘଟଣା ପରେ ବାଚସ୍ପତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବି କରିଥିଲେ । ଉଭୟଙ୍କୁ କାବୁ କରି ପାର୍ଲାମେଣ୍ଟ ଥାନାକୁ ନିଆଯାଇଛି । ଏଥିସହ ବାହାରେ ଥିବା ଆଉ ଦୁଇ ଜଣଙ୍କୁ ବି ପୁଲିସ୍ ଉଠାଇ ନେଇଛି । ସମସ୍ତଙ୍କୁ ଘନଘନ ପଚରାଉଚରା କରାଯାଉଛି । ତେବେ ସେମାନେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏପରି କାଣ୍ଡ ଘଟାଇବାକୁ ଉଦ୍ୟମ କଲେ ସେ ନେଇ ଖବର ଲେଖାହେବା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଏହି ଘଟଣା ସଂସଦ ସୁରକ୍ଷାରେ ବଡ଼ ତ୍ରୁଟି ବୋଲି ଆଲୋଚନା ହେଉଛି । ଉକ୍ତ ସମୟରେ ଲୋକସଭାରେ ଉପସ୍ଥିତ ଥିବା କିଛି ସାଂସଦ ବାହାରକୁ ଆସିବା ପରେ ନିଜ ଅନୁଭୂତି ବଖାଣିଛନ୍ତି । ଏନେଇ ବିଜେପି ସାଂସଦ ଖରଗେନ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମେ ଲୋକସଭା ଗ୍ୟାଲେରିରୁ ଜଣେ ଯୁବକ ହଲ୍ ଭିତରକୁ ଡେଇଁଥିଲେ । ଏହାପରେ ବେଞ୍ଚରୁ ବେଞ୍ଚକୁ ଭିତରେ ଡେଇଁବାକୁ ଲାଗିଲେ । ପରେ ପରେ ଅନ୍ୟ ଜଣେ ଯୁବକ ଦର୍ଶକ ଗ୍ୟାଲେରିରୁ ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଉଭୟ ଲୋକସଭା ଭିତରେ ଚାରିଆଡ଼େ ଡେଇଁବାକୁ ଲାଗିଲେ । କିଛି ସମୟ ପରେ ସେମାନେ ନିଜ ଜୋତାରୁ କିଛି ହଳଦିଆ ରଙ୍ଗର ଗ୍ୟାସ୍ ନିର୍ଗତ କରିବାରୁ ହଲ୍ର ଚାରିଆଡ଼ ଧୂଆଁମୟ ହୋଇଗଲା । ଏହାଦେଖି ସାଂସଦମାନେ ଚାରିଆଡ଼େ ଦୌଡ଼ିବାକୁ ଲାଗିଲେ । କିଛି ସମୟର କସରତ ପରେ ଉପସ୍ଥିତ କିଛି ସାଂସଦ ସେମାନଙ୍କୁ କାବୁ କରି ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ତୁରନ୍ତ ଉକ୍ତ ଦୁଇ ଅଜ୍ଞାତ ଯୁବକଙ୍କୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୁଲିସ୍ ଷ୍ଟେସନକୁ ନିଆଯାଇଛି । ଲୋକସଭାରେ ୨ଅଜ୍ଞାତ ଯୁବକ ପଶିବା ନେଇ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ସୂଚନା ଦେଇ କହିଛନ୍ତି ଯେ, ମହୀଶୂର ସାଂସଦଙ୍କ ରେଫରେନ୍ସରେ ଉଭୟ ଆସିଥିବା ଜଣାପଡ଼ିଛି । ସାଂସଦଙ୍କ ରେଫରେନ୍ସରେ ପାସ୍ ପାଇ ସେମାନେ ଦର୍ଶକ ଗ୍ୟାଲେରୀରେ ବସିଥିଲେ । ସେମାନଙ୍କ କାରବାରରୁ ଏହା ଯୋଜନାପ୍ରସୂତ ଥିବା ଜଣାପଡୁଛି । ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ସେମାନେ ଏଭଳି କରିଥିବା ଜଣାପଡୁଛି । ସୁରକ୍ଷାରେ ଖିଲାପ ହୋଇଥିବା କହିଲେ ଭର୍ତ୍ତୃହରି ମହତାବ । ସଂସଦ ଭବନ ଆକ୍ରମଣକୁ ଆଜି ୨୨ ବର୍ଷ ପୂର୍ତ୍ତି ହୋଇଛି । ୨୨ବର୍ଷ ତଳେ ସଂସଦ ଭବନ ଆକ୍ରମଣରେ ୧୪ ଜୀବନ ଯାଇଥିଲା । ଦିଲ୍ଲୀ ପୁଲିସର ୬, ସଂସଦ ଭବନର ୨ ସୁରକ୍ଷା କର୍ମୀ ସହିଦ ହୋଇଥିଲେ । ଆତଙ୍କୀ ହମଲାରେ ଜଣେ କର୍ମଚାରୀଙ୍କର ବି ମୃତ୍ୟୁ ଘଟିଥିଲା । ଆକ୍ରମଣକାରୀ ୫ ଆତଙ୍କୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଥିଲେ । ଠିକ୍ ୨୨ ବର୍ଷ ପରେ ଆଜି ପୁଣି ସଂସଦ ଭବନରେ ପଶିଛନ୍ତି ୨ ଯୁବକ । ସୂଚନାଯୋଗ୍ୟ, କିଛି ଦିନ ତଳେ ଖଲିସ୍ତାନୀ ଆତଙ୍କବାଦୀ ଧମକ ଦେଇଥିଲେ । ଭାରତର ସଂସଦ ଭବନ ଉଡ଼ାଇ ଦେବାକୁ ଆମେରିକୀୟ ନାଗରିକ ଖଲିସ୍ତାନୀ ଆତଙ୍କବାଦୀ ଗୁରପଟୱନ୍ତ ସିଂହ ପନ୍ନୁ ଧମକ ଦେଇଥିଲା । ଡିସେମ୍ବର ୧୩ କିମ୍ବା ତା ଆଗରୁ ଧମାକା ହେବ ବୋଲି କହିଥିଲା । ପନ୍ନୁର ଧମକ ପରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । କିଛି ଦିନ ତଳେ ଆମେରିକାରେ ପନ୍ନୁକୁ ହତ୍ୟା ଉଦ୍ୟମ ହୋଇଥିଲା । ତେବେ ଆଜିର ଅଘଟଣ ପଛରେ କାହାର ହାତ, ଅସ୍ପଷ୍ଟ ଅଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘଟଣା ସମ୍ପର୍କରେ କିଛି ସ୍ପଷ୍ଟୋକ୍ତି ଦିଆଯାଇ ନାହିଁ ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ