ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ଭାବେ ଗଳା କଟା ଅବସ୍ଥାରେ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ଭାବେ ଗଳା କଟା ଅବସ୍ଥାରେ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ଭାବେ ଗଳା କଟା ଅବସ୍ଥାରେ ମୃତଦେହ ଉଦ୍ଧାର, ତଦନ୍ତ ଜାରି

News by Kanhucharan Panda (Jagatpur)

#ଜଗତପୁର (ଏନ୍‌.ଏମ୍‌.): ଆଜି ଭୋରୁ ଭୋରୁ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଗଳା କଟା ଅବସ୍ଥାରେ ମୃତଦେହ ନିକସ୍ଥ ପୋଖରୀ ହୁଡାରେ ପଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ ଜଗତପୁର ଥାନାକୁ ଖବର ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଦିନ ତମାମ ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଆଦି ତଦନ୍ତରେ ସାମିଲ ଥିବାବେଳେ ସଂଧ୍ୟାବେଳେ ପୁଲିସ ମୃତ ଛାତ୍ରର ବାପାଙ୍କୁ ଅଧିକ ପଚରା ଉଚରା କରୁଛି । ମୃତ ଛାତ୍ରଜଣକ ଜଗତପୁର ଥାନା ମଧ୍ୟକଚ୍ଛ ଗ୍ରାମର ଜଗନ୍ନାଥ ବେହେରାଙ୍କ ଏକମାତ୍ର ପୁତ୍ର ଜ୍ୟୋତିରଞ୍ଜନ ବେହେରା(୧୧) ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କଟକ ଜିଲ୍ଲା ଜଗତପୁର ଥାନା ପୂର୍ବକଚ୍ଛ ଗାଁ ଚନ୍ଦନ ପୋଖରୀ ହୁଡାରେ ଜ୍ୟୋତିରଞ୍ଜନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଗତକାଲି ରାତିରେ ଘରେ ଝଗଡ଼ା ଲାଗିବାରୁ ସେ ଘରୁ ବାହାରି ଚାଲିଯାଇଥିଲା । ଏପରିକି ଜ୍ୟୋତିରଞ୍ଜନଙ୍କ ବାପା ଖୋଜିବାକୁ ଯାଇଥିଲେ । ରାତି ପାହି ସକାଳ ହେଲା ମାତ୍ର ଜ୍ୟୋତିରଞ୍ଜନ ଘରକୁ ଫେରିଲାନାହିଁ । ଆଜି ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଖରୀ ହୁଡ଼ାରେ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ମୃତଦେହ ଚିହ୍ନିଥିଲେ । ଏକ ଧାରୁଆ ଅସ୍ତ୍ରରେ ଜ୍ୟୋତିରଞ୍ଜନଙ୍କ ଗଳା କଟାଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ଜଗତପୁର ଥାନାକୁ ଖବର ଦେଇଥିଲେ ଗାଁ ଲୋକ । ତେବେ କିଏ ଓ କାହିଁକି ଜ୍ୟୋତିଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କଲା, ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୁଲିସ ତଦନ୍ତ କରି ଘଟଣା ସମ୍ପର୍କରେ ପର୍ଦ୍ଦାଫାସ କରିବ ବୋଲି ଆଇଆଇସି ରବୀନ୍ଦ୍ର ନାଥ ମେହେର ପ୍ରକାଶ କରିଛନ୍ତି । ଜ୍ୟୋତିରଞ୍ଜନ ପୂର୍ବକଚ୍ଛ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ୁଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ