ଶେଷ ପର୍ଯ୍ୟାୟରେ ମେଣ୍ଟ ଚର୍ଚ୍ଚା: ଶେଷ ହେଲା ବିଜେପିର ଚୁଡ଼ାନ୍ତ ବୈଠକ, ଅମିତ ଶାହ କରିପାରନ୍ତି ଘୋଷଣା !

ଶେଷ ପର୍ଯ୍ୟାୟରେ ମେଣ୍ଟ ଚର୍ଚ୍ଚା: ଶେଷ ହେଲା ବିଜେପିର ଚୁଡ଼ାନ୍ତ ବୈଠକ, ଅମିତ ଶାହ କରିପାରନ୍ତି ଘୋଷଣା !

ଶେଷ ପର୍ଯ୍ୟାୟରେ ମେଣ୍ଟ ଚର୍ଚ୍ଚା: ଶେଷ ହେଲା ବିଜେପିର ଚୁଡ଼ାନ୍ତ ବୈଠକ, ଅମିତ ଶାହ କରିପାରନ୍ତି ଘୋଷଣା !


#ଭୁବନେଶ୍ୱର/ନୂଆଦିଲ୍ଲୀ(ଏନ୍‌.ଏମ୍‌.): ରାଜ୍ୟରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ରାଜ୍ୟ ବିଜେପି ନେତୃତ୍ୱ ଦିଲ୍ଲୀରେ ପହଞ୍ଚିବା ପରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେଣ୍ଟକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ତେବେ ଆଗାମୀ ନିର୍ବାଚନରେ ବିଜେପି ଓ ବିଜେଡି ମିଳିତ ଭାବେ ନିର୍ବାଚନ ଲଢ଼ିବେ । ଓଡ଼ିଶାରେ ୧୪୭ଟି ବିଧାନସଭା ଆସନ ରହିଥିବାବେଳେ ୨୧ଟି ଲୋକସଭା ଆସନ ରହିଛି । ତେବେ ବିଧାନସଭା ଆସନରେ ବିଜେଡି ପ୍ରାୟ ୯୮ ସିଟି ନେବାକୁ ଥିବାବେଳେ ବିଜେପି ୪୯ଟି ଆସନରେ ଠିଆ ହେବ । ସେହିଭଳି ଲୋକସଭା ସିଟରେ ବିଜେପି ୧୪ ଓ ବିଜେଡି ୭ ରହିବ ବୋଲି ବୈଠକରେ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ହୁଏତ ନିର୍ବାଚନ ମଣ୍ଡଳୀର ସ୍ଥିତି ଦେଖି କିଛି ପରିବର୍ତ୍ତନ କରାଯିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ପୂର୍ବ ସୂଚନା ଅନୁଯାୟୀ ୧୨ତାରିଖରେ ଅମିତ ଶାହ ଓଡ଼ିଶାଗସ୍ତରେ ଆସି ମେଣ୍ଟ ବିଷୟରେ ସୂଚନା ଦେବେ ବୋଲି ଜଣାପଡ଼ିଛି । ପୁନଶ୍ଚ ମେଣ୍ଟ ଯୋଗୁଁ ଆସନ ଛାଡ଼ିଥିବା ଆଶାୟୀ ପ୍ରାର୍ଥୀମାନଙ୍କୁ ଅନ୍ୟଦିଗରେ ମଧ୍ୟ ଥଇଥାନ କରାଯିବ ବୋଲି ଚର୍ଚ୍ଚା ହେଉଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ