ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌): ଶୀତଳ ଷଷ୍ଠୀ ଯାତ୍ରାକୁ କେନ୍ଦ୍ର କରି ବୋମାମାଡ଼ ଭଳି ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ମେଘା ଅଞ୍ଚଳରେ । ସୂଚନା ଅନୁଯାୟୀ, ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଚାଲିଥିବାବେଳେ ପ୍ରଭୁ ଭୋଳାନାଥ ଏବଂ ଜଗତଜନନୀ ମା’ ପାର୍ବତୀ ଦେବୀଙ୍କ ବିବାହ ଉତ୍ସବରେ ଶ୍ରଦ୍ଧାଳୁ ମସଗୁଲ ଥିଲେ । ଉପସ୍ଥିତ ଶ୍ରଦ୍ଧାଳୁମାନେ ପ୍ରଭୁ ଶିବଶଙ୍କରଙ୍କ ପ୍ରେମରେ ଶିବରଞ୍ଜନୀ ଗାନ ସହ ଭକ୍ତିରେ ମଜ୍ଜି ଯାଇଥିବାବେଳେ ସ୍ଥାନୀୟ ମେଘା ମହିମା ଛକ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷ ସମୟରେ ୪ରୁ ଅଧିକ ଲୋକେ ଆହତ ହୋଇଥିବା ଜଣା ପଡ଼ିଛି । ତେବେ ଏହି ଗୋଷ୍ଠୀ ସଙ୍ଘର୍ଷ ସମୟରେ ଦୁଇ ଗୋଷ୍ଠୀ ଲୋକଙ୍କ ହାତରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ରହିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ଏହି ମୁହାଁମୁହିଁ ଅବସ୍ଥାରେ ଉଭୟ ଗୋଷ୍ଠୀ ରହିଥିବାବେଳେ ନେଘା ତଳସାହି କୋଠଘର ସମ୍ମୁଖରେ ବୋମା ମାଡ଼ ହୋଇଛି । ଖବର ପାଇ ଆଠଗଡ଼ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିବାରେ ଲାଗିଥିବାବେଳେ ଘଟଣା ଉପରେ ନଜର ରଖିଛି । ତେବେ ଏହି ବୋମାମାଡ଼ରେ କେହି ମୃତାହତ ହୋଇନଥିଲେ ମଧ୍ୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଘଟଣା ସ୍ଥଳରେ ଆଠଗଡ଼ ଥାନା ପକ୍ଷରୁ ବ୍ୟାପକ ପୁଲିସ୍ ମୂତୟନ ରହିଛନ୍ତି । ତେବେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବାକ୍ଷଣି ଉଭୟ ଗୋଷ୍ଠୀର ଲୋକେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ଗ୍ରାମରେ ଉତ୍ତେଜନା ଲାଗି ରହିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ