ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଲେ ଶିକ୍ଷକ

ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଲେ ଶିକ୍ଷକ

ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଲେ ଶିକ୍ଷକ

News by Ajit Kumar Mallick (Konark)

କୋଣାର୍କ(ଏନ୍‍.ଏମ୍‍): କୋଭିଡ ସମୟରେ ଦୀର୍ଘ ଦୁଇବର୍ଷ ଧରି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇ ପାରିନଥିଲେ । ଶ୍ରେଣୀ ଶିକ୍ଷାଦାନ ଅଭାବରୁ ପିଲାମାନଙ୍କର ଶିକ୍ଷଣସ୍ତର ପ୍ରଭାବିତ ହୋଇଛି । ଶିକ୍ଷଣସ୍ତରରେ ରହିଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ(ଏଲ୍‌ଆରପି) ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଦଶହରା ଛୁଟି ପରେ ଆସନ୍ତା ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହୋଇ ୫୦ଟି କାର୍ଯ୍ୟଦିବସ ସମାପ୍ତ ହେବା ପର୍ଯ୍ୟନ୍ତ ଚାଲିବ । ଏଥିରେ ୩ୟ ଶ୍ରେଣୀଠାରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ସାମିଲ କରାଯାଇଛି । ଏହି ସ୍ୱତନ୍ତ୍ର ଶିକ୍ଷଣ ପରିପୂରଣ ଯୋଜନାରେ ମାତୃଭାଷା, ଗଣିତ, ଇଂରାଜୀ, ପରିବେଶ ବିଜ୍ଞାନ ଓ ବିଜ୍ଞାନ ବିଷୟକୁ ଆଧାର କରି ପିଲାମାନଙ୍କ ନିମନ୍ତେ ଅଭ୍ୟାସ ପୁସ୍ତିକା ଓ ଶିକ୍ଷକମାନଙ୍କ ନିମନ୍ତେ ଶିକ୍ଷକ ସହାୟକ ପୁସ୍ତିକା ପ୍ରସ୍ତୁତ କରାଯାଇଛି । ଏହି ଶିକ୍ଷଣ ପୁସ୍ତିକାଗୁଡିକୁ ଖୁବଶିଘ୍ର ବିଦ୍ୟାଳୟକୁ ଯୋଗାଇ ଦିଆଯିବ ବୋଲି ଗୋପ ବ୍ଲକ୍ ଶିକ୍ଷାଧିକାରୀ ସୁଶିଲ କୁମାର ବ୍ରହ୍ମା ପ୍ରକାଶ କରିଛନ୍ତି । ଏଥିପାଇଁ ଗୋପ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦୁଇ ଦିନିଆ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ରହିଛି । ଗୋପ ବ୍ଲକର କୋଣାର୍କ ହାଇସ୍କୁଲ, ନିଗମାନନ୍ଦ ହାଇସ୍କୁଲ, ନୟାହାଟ ହାଇସ୍କୁଲ, ନାଗପୁର ନୋଡାଲ ହାଇସ୍କୁଲ ଓ ହରିଶ୍ଚନ୍ଦ୍ର ମେମୋରିଆଲ ନୋଡାଲ ହାଇସ୍କୁଲଠାରେ ୫ଟି କେନ୍ଦ୍ରରେ ୮୭୯ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏଥିରେ ୫୪୮ଜଣ ପ୍ରାଥମିକ ଓ ୩୩୧ଜଣ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ତର୍ଭୁକ୍ତ । ଏହି ସ୍ୱତନ୍ତ୍ର ଶିକ୍ଷଣ କାର୍ଯ୍ୟକ୍ରମର ୫୦ଦିନ ସମୟସୀମା ମଧ୍ୟରେ ୨୫ଦିନ ଅନ୍ତରରେ ଦୁଇଟି ଶୈକ୍ଷିକ ଆକଳନ(ପରୀକ୍ଷା) କରାଯିବ । ତୃତୀୟରୁ ପଞ୍ଚମ ଶ୍ରେଣୀ ନିମନ୍ତେ ୨୫ନମ୍ବର ଓ ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଭିନ୍ନ ବିଷୟରେ ୫୦ନମ୍ବରର ପ୍ରଶ୍ନପତ୍ରକୁ ନେଇ ଶୈକ୍ଷିକ ସଫଳତାର ଆକଳନ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ଦୁଇଟି ଲେଖାଏଁ ସପ୍ତାହକୁ ୧୨ଟି କାଳାଂଶ ପିଲାମାନଙ୍କୁ ଶିକ୍ଷଣ ପୁସ୍ତିକାର ଅଭ୍ୟାସ ନିମନ୍ତେ ବିନିଯୋଗ କରାଯିବାର ବ୍ୟବସ୍ଥା ହୋଇଛି । ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡିଶା ନଲେଜ୍ କର୍ପୋରେସନ ଲିମିଟେଡ(ଓକେସିଏଲ୍‌) ପକ୍ଷରୁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । କୋଣାର୍କ ହାଇସ୍କୁଲ ଠାରେ ଆୟୋଜିତ ଏଲ୍‌ଆରପି ପ୍ରଶିକ୍ଷଣ କେନ୍ଦ୍ରରେ ଓକେସିଏଲର ସାଧନକର୍ମୀ ଗୁରୁପ୍ରସାଦ ସ୍ୱାଇଁ, ଋତୁପର୍ଣ୍ଣା ପ୍ରଧାନ, ଅନିଲ କୁମାର ନାୟକ ଓ ସୁଶାନ୍ତ କୁମାର ମୁଦୁଲି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି