ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ: ୧୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ ସଂଘ

ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ: ୧୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ ସଂଘ

ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ: ୧୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ ସଂଘ

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନାର ଡିଣ୍ଡିମ ପିଟୁଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ଅହେତୁକ ଅବହେଳା ସତେ ଯେମିତି ଧର୍ମକୁ ଆଖିଠାର ବୋଲି ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ବର୍ଷ ବର୍ଷ ଧରି ସେମାନଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏ ନେଇ କୌଣସି ସୁଫଳ ନମିଳିବା ଦୁର୍ଭାଗ୍ୟ ଜନକ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେବେ ଶିକ୍ଷକ କର୍ମଚାରୀମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ବିରୋଧରେ ପ୍ରାରମ୍ଭିକ ନିଯୁକ୍ତି ଶିକ୍ଷକ ସଂଘ ଯୁଦ୍ଧଂ ଦେହୀ ଡାକରା ଦେଇଛି । ଶିକ୍ଷକ କର୍ମଚାରୀଙ୍କ ୩ ଦଫା ଦାବି ପୂରଣ ନିମନ୍ତେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଏହାକୁ ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଶାଖା ସଂଘ ପକ୍ଷରୁ ସମର୍ଥନ କରାଯାଇଥିବା ଜଣାପଡ଼ିଛି ।
ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଜଗତପୁର ସ୍ଥିତ ନିମପୁର ଉଚ୍ଚ ବିଦ୍ୟାଳୟରେ ସଂଘର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଲା ଟାଙ୍ଗୀ ଓ ସାଲେପୁର ଦୁଇଟି ବ୍ଲକର ଶିକ୍ଷକ ସଂଘ ସାମିଲ ହୋଇଛି । ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ସଂଘର ସାଲେପୁର ବ୍ଲକ ସଂଯୋଜିକା ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ମୁଖ୍ୟ ଉପଦେଷ୍ଟା ଶୁଭ୍ରଜିତ୍ ପ୍ରତିହାରୀ, ଶୁଭ ସୁନ୍ଦର ପଣ୍ଡା, ବିଭୁଦତ୍ତ ବେହେରା, କଟକ ଜିଲ୍ଲା ସଭାପତି ଚନ୍ଦ୍ରକାନ୍ତ ଜେନା, ସମ୍ପାଦକ ସୌଭାଗ୍ୟ ରଞ୍ଜନ ପାତ୍ର , କୋଷାଧ୍ୟକ୍ଷ ଦେବରାଜ ସାହୁ, ଯୁଗ୍ମ ସହ ସମ୍ପାଦିକା ଜ୍ୟୋତିର୍ମୟୀ ପଣ୍ଡା ଓ ଆର୍ତ୍ତତ୍ରାଣ ବେହେରା, ବ୍ଲକ ସଂଯୋଜକ ଜ୍ଞାନରଞ୍ଜନ କର, ସାଲେପୁର ବ୍ଲକ ସମ୍ପାଦିକା ବବିତା ପ୍ରିୟଦର୍ଶିନୀ, କୋଷାଧକ୍ଷ ନମ୍ରତା ମିଶ୍ର ଏବଂ ଟାଙ୍ଗୀ ସାଲେପୁର ବ୍ଲକର ଶିକ୍ଷକ ନେତା ପ୍ରଭାତୀ ସେଠି, ଶ୍ରଦ୍ଧାଞ୍ଜଳି ନାୟକ, ରଶ୍ମିତା ନାୟକ, ପୁଣ୍ୟତୟା ସାହୁ, ଶୈଳେନ୍ଦ୍ରି ଭୂୟାଁ, ସୁବ୍ରତ ଦାସ, ଶୁଭ୍ରାଂଶୁ ମାହାଳି, ସମିତା ବରାଳ, ସୁଶାନ୍ତ କୁମାର ସାହୁ ପ୍ରମୁଖଙ୍କ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଯୋଗଦେଇ ସରକାରଙ୍କ ଉପରେ ବର୍ଷିଥିଲେ । ଶିକ୍ଷକ ମାନଙ୍କ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ପୋଷଣକୁ ତୀବ୍ର ସମାଲୋଚନା କରିବା ସହ ଚୁକ୍ତି ଭିତ୍ତିକ ଶିକ୍ଷକ ଭଳି ଏକ ଘୃଣ୍ୟ ପ୍ରଥାକୁ ସରକାର ଉଛେଦ କରିବା, ନୂତନ ପେନସନ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଏବଂ ୬ ବର୍ଷର ଚୁକ୍ତି ଅବଧିକୁ ଚାକିରୀ କାଳରେ ମିଶାଇବା ୩ ଦଫା ଦାବି ପୂରଣ କରିବା ପାଇଁ ଶିକ୍ଷକ ସଂଘ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବାକୁ ଘୋଷଣା କରାଯାଇଛି । ଏଥିରେ ହଜାର ହଜାର ଶିକ୍ଷକ କର୍ମଚାରୀ ଏକାଠି ହୋଇ ସରକାରଙ୍କ ଜନମାରଣ ନୀତିକୁ ତୀବ୍ର ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକର ପ୍ରାରମ୍ଭିକ ଶିକ୍ଷକ ସଙ୍ଘ ସଭାପତି ଭାବେ ଜ୍ଞାନରଞ୍ଜନ କର ଏବଂ ସମ୍ପାଦକ ସୁବ୍ରତ କୁମାର ଦାସ ଏବଂ ସାଲେପୁର ବ୍ଲକର ସମ୍ପାଦକ ଭାବେ ଶୁଭ୍ରାଂଶୁ ମାହାଳି ଙ୍କୁ ନିର୍ବାଚିତ କରାଗଲା । ବୈଠକରେ ଜ୍ଞାନରଞ୍ଜନ କର ଧନ୍ୟବାଦ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି