ଶହେ ଟଙ୍କା ନଦେବାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା
ଝାରସୁଗୁଡ଼ା(ଏନ୍.ଏମ୍.): ଶହେ ଟଙ୍କା ମାଗି ବିଫଳ ହେବାପରେ ଜଣେ ମଦ୍ୟପ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନଏକଙ୍କୁ ହତ୍ୟା କରିବା ଭଳି ଅଘଟଣ ଘଟିଛି । ଉକ୍ତ ମଦ୍ୟପ ଜଣକ ତାଙ୍କୁ ଆକସ୍ମିକ ଭାବେ ଏକ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି ।
ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଲାଇକେରା ଥାନା ଅନ୍ତର୍ଗତ କୁଅଁରମାଳରେ ଥିବା କୁଳପତିଙ୍କ ବାସ ଭବନକୁ ସ୍ଥାନୀୟ ଉକ୍ତ ମଦ୍ୟପ ଆସି କୁଳପତିଙ୍କ ପତ୍ନୀଙ୍କୁ ୧ ଶହ ଟଙ୍କା ମଦ୍ୟପାନ କରିବାକୁ ମାଗିଥିଲେ । ସେହି ସମୟରେ ଶ୍ରୀ ନାଏକ ଆସି ପହଞ୍ôଚ ଟଙ୍କା ଦେବାକୁ ମନା କରିବା ସହ ପୁଲିସ କୁ ସୂଚନା ଦେଇଥଲେ । ମାତ୍ର ଘର ସମ୍ମୁଖରେ ଠିଆ ହୋଇଥିବା ନାଏକଙ୍କୁ ମଦ୍ୟପ ଜଣକ ଆକସ୍ମିକ ଭାବେ ଏକ ଟାଙ୍ଗିଆରେ ଆକ୍ରମଣ କରିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ସଂଗେ ସଂଗେ ଝାରସୁଗୁଡା ସମଲେଶ୍ୱରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଲାଇକେରା ପୋଲିସ ଘଟଣା ସ୍ଥଳରୁ ସମ୍ପୃକ୍ତ ଦୃବୃତ୍ତକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି ।