ଲୋକଙ୍କ ଦାବିକୁ ସମ୍ମାନ ଦେଇ ବୀରମହାରାଜପୁରକୁ ଏନଏସି ଘୋଷଣା କଲେ ରାଜ୍ୟ ସରକାର

ଲୋକଙ୍କ ଦାବିକୁ ସମ୍ମାନ ଦେଇ ବୀରମହାରାଜପୁରକୁ ଏନଏସି ଘୋଷଣା କଲେ ରାଜ୍ୟ ସରକାର

ଲୋକଙ୍କ ଦାବିକୁ ସମ୍ମାନ ଦେଇ ବୀରମହାରାଜପୁରକୁ ଏନଏସି ଘୋଷଣା କଲେ ରାଜ୍ୟ ସରକାର


#ଭୁବନେଶ୍ୱର(ଏନ୍‌.ଏମ୍‌.): ଗତ କାଲି ଅର୍ଥାତ ଫେବୃୟାରୀ ୨୪ତାରିଖ ଶନିବାର ରାଜ୍ୟ ସରକାର ୩୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଘୋଷଣା କରିଥିବାବେଳେ ଆଜି ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ଆଉଗୋଟିଏ ଏନଏସି ବୃଦ୍ଧି କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରକୁ ଏନଏସି ଘୋଷଣା କରାଯିବାପରେ ନୂତନ ଏନଏସି ୩୪ ବଦଳରେ ୩୫କୁ ବୃଦ୍ଧି ପାଇଛି । ୩୪ଟି ଏନଏସି ମଧ୍ୟରେ ବୀରମହାରାଜପୁର ତାଲିକାଭୁକ୍ତ ହୋଇନଥିବା ଯୋଗୁଁ ସେଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗତକାଲି ଘୋଷଣା ପରେ ବୀରମହାରାଜାପୁର ଅଞ୍ଚଳରେ ଆଜି ବିକ୍ଷୋଭ ପ୍ରଦର୍ଶନ ସହ ବନ୍ଦ ପାଳନ ମଧ୍ୟ ହୋଇଥିଲା । ବୀରମହାରାଜପୁର ନାଗରିକ କମିଟି ପକ୍ଷରୁ ପ୍ରତିବାଦ କରାଯିବା ସହ ବିଧାୟକ ପଦ୍ମନାଭ ବେହେରାଙ୍କୁ ଦାୟୀ କରାଯାଇଥିଲା । ତେବେ ଜନଅସନ୍ତୋଷକୁ ଗୁରୁତ୍ୱ ଦେଇ ଆଜି ଉକ୍ତ ଅଞ୍ଚଳକୁ ରାଜ୍ୟସରକାର ଏନଏସି ଘୋଷଣା କରିଛନ୍ତି । ତେବେ ସରକାରଙ୍କ ଏହି ଘୋଷଣା ପରେ ଆସନ୍ତାକାଲି ଦିଆଯାଇଥିବା ବନ୍ଦ ଡାକରାକୁ ପ୍ରତ୍ୟାହୃତ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ