ଲିଫ୍ଟ ଦେବା ବାହାନାରେ ବଳାତ୍କାର ଉଦ୍ୟମ: ଅଭିଯୁକ୍ତକୁ ଗିରଫ କଲା ଚୌଦ୍ୱାର ପୁଲିସ

ଲିଫ୍ଟ ଦେବା ବାହାନାରେ ବଳାତ୍କାର ଉଦ୍ୟମ: ଅଭିଯୁକ୍ତକୁ ଗିରଫ କଲା ଚୌଦ୍ୱାର ପୁଲିସ

ଲିଫ୍ଟ ଦେବା ବାହାନାରେ ବଳାତ୍କାର ଉଦ୍ୟମ: ଅଭିଯୁକ୍ତକୁ ଗିରଫ କଲା ଚୌଦ୍ୱାର ପୁଲିସ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ରାସ୍ତାରେ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଆଜି ଅଭିଯୁକ୍ତକୁ ଚୌଦ୍ୱାର ଥାନା ପୁଲିସ ଗିରଫ କରିଛି । ଗିରଫ ଯୁବକ ଜଣକ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଜିଗ୍ନୀପୁର ମହାଜନପୁର ନାନକେରା ସାହିର ଟୁଲୁ ଓରଫ ବିଶ୍ୱପ୍ରକାଶ ନାୟକ (୨୬) ବୋଲି ଜଣାପଡ଼ିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୩୦ତାରିଖରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପଟିଆ କାନନବିହାର ଅଞ୍ଚଳର ଇନ୍ଦୁମତୀ ସେଠୀ(୩୪) ତାଙ୍କ ଭଉଣୀଘର ନିଶ୍ଚିତକୋଇଲି ମହାଜନପୁରକୁ ଆସିଥିବାବେଳେ ସେଠାରୁ ଭୁବନେଶ୍ୱର ଫେରିବା ପାଇଁ ବାହାରିଥିଲେ । ତେବେ ନିଶ୍ଚିନ୍ତ କୋଇଲି ପର୍ଯ୍ୟନ୍ତ ଆସି ସେଠାରୁ ମୋ ବସ ଯୋଗେ ଭୁବନେଶ୍ୱର ଆସିବାକୁ ଥିବାବେଳେ ସେ ପର୍ଯ୍ୟନ୍ତ ଲିଫ୍ଟନୋବାକୁ ଚାହିଥିଲେ । ତେବେ ଏହି ସମୟରେ ଟୁଲୁ (ଓଡ଼ି୦୫ ଏ ୬୭୧୮) ନମ୍ବର ବିଶିଷ୍ଟ ହିରୋ ସୁପର ସ୍ପେଣ୍ଡର ବାଇକରେ ଇନ୍ଦୁମତୀଙ୍କୁ ଲିଫ୍ଟ ଦେଇଥିଲା । ମାତ୍ର ସେ ନିଶ୍ଚିତକୋଇଲି ଛକରେ ଛାଡ଼ିବା ପରିବର୍ତ୍ତେ ଅନ୍ୟ ଉଦ୍ଦେଶ୍ୟ ରଖି କପିଳାସ ରୋଡ଼କୁ ନେଇ ଆସି ବାଟରେ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲା । ତେବେ ଇନ୍ଦୁମତୀ ପ୍ରତିବାଦ କରିବାରୁ ଟୁଲୁ ତାଙ୍କୁ ମୋଟରସାଇକେଲରୁ ଠେଲି ମାରିଦେବା ପାଇଁ ଉଦ୍ୟମ କରିଥିଲା । ତେବେ ଏହି ସମୟରେ ପୀଡ଼ିତା ଇନ୍ଦୁମତୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ତେବେ ଏ ନେଇ ଇନ୍ଦୁମତୀ ୩୧ତାରିଖ ଦିନ ଚୌଦ୍ୱାର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେଶ ନମ୍ବର ୪୨୮/୨୦୨୩ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତେବେ ଘଟଣାର ତଦନ୍ତ କରି ଅଭିଯୁକ୍ତ ଟୁଲୁକୁ ଆଜି ଚୌଦ୍ୱାର ଥାନା ପୁଲିସ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ବାଇକ ଓ କଳାରଙ୍ଗର ରେଡମି ସ୍ମାର୍ଟ ଫୋନ ମଧ୍ୟ ଜବତ ହୋଇଛି । ପୁଲିସ ଏ ନେଇ ଭାରତୀୟ ଦଣ୍ଡବିଧି ଆଇନ୩୬୫/୩୫୪/୩୬୪(ଏ)/୩୨୩/୨୯୪/୩୦୭ ଦଫା ଲଗାଇ ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣା ବିଷୟରେ ଜଣାପଡ଼ିବା ପରେ ଦଫା ୩୬୫/୩୭୬(୧)/୩୫୪/୩୫୪(ଏ)/୩୨୩/୨୦୪/୩୦୭ ଧାରାରେ ପରିବର୍ତ୍ତନ କରାଯାଇ ଟୁଲୁକୁ କୋର୍ଟ ଚାଲଣ କରାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ