ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବୟସ୍କ ବ୍ୟକ୍ତିଙ୍କ ଶବ ଉଦ୍ଧାର କଲା ଚୌଦ୍ୱାର ପୁଲିସ

ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବୟସ୍କ ବ୍ୟକ୍ତିଙ୍କ ଶବ ଉଦ୍ଧାର କଲା ଚୌଦ୍ୱାର ପୁଲିସ

ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବୟସ୍କ ବ୍ୟକ୍ତିଙ୍କ ଶବ ଉଦ୍ଧାର କଲା ଚୌଦ୍ୱାର ପୁଲିସ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଥାନା ଅନ୍ତର୍ଗତ ବ୍ୟାଘ୍ରବାହିନୀ ମନ୍ଦିର ନିକଟରେ ନବନିର୍ମିତ ସରକାରୀ କୋଠା ବାରଣ୍ଡାରେ ପଡ଼ିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ଶବକୁ ଚୌଦ୍ୱାର ଥାନା ପୁଲିସ ଜବତ କରିଛି । ସୂଚନା ଅନୁଯାୟୀ ଚୌଦ୍ୱାର ପୌରପାଳିକା ୮ନମ୍ୱର ୱାର୍ଡ ବ୍ୟାଘ୍ରବାହିନୀ ମନ୍ଦିର ନିକଟରେ ଅବକାରୀ ବିଭାଗର ଗୋଦାମ ଗୃହ ନିର୍ମାଣ ଚାଲିଥିବା ଘର ବାରଣ୍ଡାରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡ଼ିଥିଲା । ମୃତକ ଜଣକ ହେଲେ ସେହି ୱାର୍ଡର ସୁନାରାମ ହେମ୍ରମ (୭୦)ବୋଲି ଜଣାପଡ଼ିଛି । ସୁନାରାମ ପ୍ରତିଦିନ ଏହି ଘର ବାରଣ୍ଡାରେ ଶୋଉଥିବାବେଳେ ଆଜି ସକାଳେ ତାର ମୃତଦେହ ସ୍ଥାନୀୟ ଲୋକେ ଦେଖି ତା ପରିବାର ଲୋକଙ୍କୁ ଖବର ଦେବା ସହ ଥାନାକୁ ସୂଚନା ଦେଇଥିଲେ । ଖବର ପାଇ ଚୌଦ୍ୱାର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ ତା’ର ମୁଣ୍ଡରୁ ରକ୍ତ ବାହାରି କାନ୍ଥରେ ଲାଗିଥିବାରୁ ତାକୁ କେହି ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ରାଜ୍ୟ