ଲଜ୍ଜା: ସଇତାନ ବାପାର ପାଶବିକ ଅତ୍ୟାଚାର ସହି ନପରି ନାବାଳିକା ଝିଅର ଆତ୍ମହତ୍ୟା

ଲଜ୍ଜା: ସଇତାନ ବାପାର ପାଶବିକ ଅତ୍ୟାଚାର ସହି ନପରି ନାବାଳିକା ଝିଅର ଆତ୍ମହତ୍ୟା

ଲଜ୍ଜା: ସଇତାନ ବାପାର ପାଶବିକ ଅତ୍ୟାଚାର ସହି ନପରି ନାବାଳିକା ଝିଅର ଆତ୍ମହତ୍ୟା


#କୋଣାର୍କ(ଏନ୍‌.ଏମ୍‌.): ବାପ-ଝିଅ ଭଳି ପବିତ୍ର ସମ୍ପର୍କରେ ବିଷ ମଞ୍ଜି ବୁଣି ଦେଇଛି ସଇତାନ ବାପା । ନିଜର ଯୌନଲାଳସାକୁ ଚରିତାର୍ଥ କରିବା ପାଇଁ ନିଜ ଝିଅକୁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ତଥା ଲଜ୍ଜାର ବିଷୟ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳରେ । ନାବାଳିକା ଝିଅକୁ ବାରମ୍ବାର ବଳାତ୍କାର କରୁଥିଲା । କଅଁଳ ବୟସରେ ବାପାର ପାଶବିକ ଅତ୍ୟାଚାର ସହି ପାରି ନଥିଲା ଝିଅ । ଶେଷରେ କିଛି ଉପାୟ ନପାଇ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଝିଅର ଆତ୍ମହତ୍ୟା ପରେ ଅଭିଯୁକ୍ତ ବାପା ମଳୟ ରଞ୍ଜନ ମହାନ୍ତି ଫେରାର ହୋଇଯାଇଛି । ନାବାଳିକାଟି ନବମ ଶ୍ରେଣୀର ଛାତ୍ରୀ । ଅଭିଯୁକ୍ତ ମଳୟ ନିଜର ବଡ଼ ଝିଅକୁ ବଳାତ୍କାର କରୁଥିବା ନେଇ ଝିଅ ମା’କୁ ଜଣାଇଥିଲା । ମା’ ମଧ୍ୟ ସ୍ୱାମୀକୁ ବହୁତ ଥର ଏନେଇ ତାଗିଦ କରିଥିଲେ । ହେଲେ କିଛି ଲାଭ ହୋଇ ନଥିଲା । ତେଣୁ ବାପାର ପାଶବିକ ଅତ୍ୟାଚାର ଝିଅ ସହିପାରି ନଥିଲା । ରାତିରେ ଘରେ ସମସ୍ତେ ଶୋଇଯିବା ପରେ ନାବାଳିକା ଜଣଙ୍କ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲା । ମା’ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ । ଡାକ୍ତର ଘଟଣା ସମ୍ପର୍କରେ ପୁଲିସ ଜଣାଇଥିଲେ । ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ନାବାଳିକାଙ୍କ ଘରୁ ସୁଇସାଇଡ୍ ନୋଟ୍ ଜବତ କରିଥିଲା । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ହସପିଟାଲକୁ ପଠାଇଥିଲା । ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବାବେଳେ ସ୍ୱାମୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନାବଳିକାଙ୍କ ମା’ ଦାବି କରିଛନ୍ତି । ମୃତା ନାବାଳିକାଙ୍କ ମା’ କହିଛନ୍ତି ଯେ, ମୋ ଝିଅକୁ ତା ବାପା ବଳାତ୍କାର କରିବାରୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଛି । ମୋ ସ୍ୱାମୀ ନିଶା ଖାଏ । ସବୁବେଳେ ଘରେ ଆସି ମାରପିଟ କରେ । ମୁଁ ଏନେଇ ପୂର୍ବରୁ ଥାନାରେ ଅଭିଯୋଗ କରିଛି । ଥାନାରେ ମୋ ସ୍ୱାମୀଙ୍କୁ କିଛି ସମୟ ଅଟକ ରଖି ଛାଡ଼ି ଦିଅନ୍ତି । ସେଠାରୁ ଫେରି ପୁଣି ନିଶା ଖାଇ ଆସି ଆମକୁ ମାଡ଼ପିଟ କରେ । ଏ ନେଇ କୋଣାର୍କ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ପରିବାର ତରଫରୁ ବିଧିବଦ୍ଧ ଅଭିଯୋଗ ହୋଇନାହିଁ । ତଥାପି ଖବର ପାଇବାପରେ ନିଜ ଆଡୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । ପୁଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ