ରାହୁଲ ଗାନ୍ଧୀଙ୍କୁ ଆକ୍ରୋଶ ମୂଳକ ଭାବେ ହଇରାଣ କରିବା ପ୍ରତିବାଦରେ ମୁହଁ ଖୋଲିଲା ମାହାଙ୍ଗା କଂଗ୍ରେସ

ରାହୁଲ ଗାନ୍ଧୀଙ୍କୁ ଆକ୍ରୋଶ ମୂଳକ ଭାବେ ହଇରାଣ କରିବା ପ୍ରତିବାଦରେ ମୁହଁ ଖୋଲିଲା ମାହାଙ୍ଗା କଂଗ୍ରେସ

News by Ramesh Das (Mahanga)

ମାହାଙ୍ଗା(ଏନ୍‌.ଏମ୍‌.): ଭାରତରେ ସ୍ୱାଧୀନତା ଆଣିଥିବା କଂଗ୍ରେସ ଦଳକୁ ଆକ୍ରୋଶ ମୂଳକ ଭାବେ ବଦନାମ କରିବା ଓ କଂଗ୍ରେସର ମୁଖ୍ୟ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଇଡ଼ି ଲଗାଇ ବାରମ୍ବାର ହଇରାଣ କରିବା ଘଟଣାକୁ ନିନ୍ଦା କରିଛି ମାହାଙ୍ଗା କଂଗ୍ରେସ । ଏ ମୋଦି ସରକାରଙ୍କ ଏକ ରାଜନୈତିକ ଚକ୍ରାନ୍ତ ବୋଲି କର୍ମକର୍ତ୍ତାମାନେ ଅଭିଯୋଗ ଆଣିଛନ୍ତି । ଗତ କିଛି ଦିନ ହେଲା ମୋଦି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଇଡ଼ି କଂଗ୍ରେସର ମୁଖ୍ୟ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ପ୍ରତିଦିନ ଅଫିସ ଡକାଇ ହଇରାଣ କରୁଥିବା ଓ ଅଗ୍ନିପଥ ଭଳି ଯୋଜନାକୁ ବିରୋଧ କରିଛି ମାହାଙ୍ଗା କଂଗ୍ରେସ । ମାହାଙ୍ଗା ସ୍ଥିତ ଡାକଘର ସାମ୍ନାରେ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ସାହୁଙ୍କ ତତ୍ତ୍ୱାଅବଧାନରେ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମାହାଙ୍ଗା କଂଗ୍ରେସ ଯୁବ ନେତା ଉତ୍ତମ ବେହେରା, ଅଲେଖ ସ୍ୱାଇଁ, ଚୈତନ୍ୟ ପାଣି, ଦେବେନ୍ଦ୍ର ପରିଡା, ଅରବିନ୍ଦ ପଣ୍ଡା, ପ୍ରଦୀପ୍ତ ରାଉତରାୟ, ମହମ୍ମଦ ଅଟରୁଲ ଇସଲାମ, ଅଭିମନ୍ୟୁ ବେହେରା, ଶଶୀଭୁଷଣ ମହାନ୍ତି, ବାସୁଦେବ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ସରକାରଙ୍କ ଉର୍ନ୍ନତି ମୂଳକ କାର୍ଯ୍ୟକ୍ରମ ଓ ମୋଦି ସରକାରଙ୍କ ଅହେତୁକ ଦର ଦମ ବୃଦ୍ଧି ଓ ସରକାରୀ କଳକୁ ବ୍ୟବହାର କରିବା ପ୍ରତିବାଦରେ ଏହି ବିକ୍ଷୋଭ କରାଯାଇଛି । ଏହା ଗଣତନ୍ତ୍ର ପ୍ରତି ବିପଦ ଜନକ ବୋଲି କଂଗ୍ରେସ କର୍ମୀମାନେ ଅଭିଯୋଗ କରିବା ସହ ଭାରତୀୟ ଜାତୀୟ କଂଗ୍ରେସ ଏହି ଆନ୍ଦୋଳନକୁ ଦରକାର ପଡିଲେ ଭାରତର କୋଣ ଅନୁକୋଣରେ ପହଞ୍ଚାଇବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *