ରାସନକାର୍ଡ଼ରେ ଡେପୁଟି ମେୟରଙ୍କ ନାମ ଘଟଣା: ଦୁର୍ନୀତି ପଛରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ନିକଟରେ ବିଜେପିର ଏତଲା

ରାସନକାର୍ଡ଼ରେ ଡେପୁଟି ମେୟରଙ୍କ ନାମ ଘଟଣା: ଦୁର୍ନୀତି ପଛରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ନିକଟରେ ବିଜେପିର ଏତଲା

ରାସନକାର୍ଡ଼ରେ ଡେପୁଟି ମେୟରଙ୍କ ନାମ ଘଟଣା: ଦୁର୍ନୀତି ପଛରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ନିକଟରେ ବିଜେପିର ଏତଲା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ରାଜ୍ୟସରକାର ସବୁବେଳେ ଦୁର୍ନୀତି ହଟାଇବା ସହ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଫାଇପ-ଟି ଭଳି ଯୋଜନା କରିଛନ୍ତି । ଏଥି ସହିତ ଅଧିକାରୀମାନେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମାତ୍ର ସେସବୁ କିଭଳି କାର୍ଯ୍ୟକାରୀ ହେଉଛି ତାହାର ହିସାବ କାହା ପାଖରେ ନାହିଁ । ତେବେ କଟକରେ ଚାଳିଥିବା ଦୁର୍ନୀତି ପଛରେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ଆଜି ବିଜେପି ସ୍ୱର ଉତ୍ତୋଳନ କରିବା ସହ ଡିସିପିଙ୍କ ନିକଟରେ ଫେରାଦ ହୋଇଛି । ସମ୍ପ୍ରତି କଟକ ମହାନଗର ନିଗମରେ ଦୁର୍ନୀତି ଖୁନ୍ଦି ହୋଇ ରହିଛି । ପ୍ରତ୍ୟେକ ସରକାରୀ ଯୋଜନାରେ ଦୁର୍ନୀତି ହୋଇଥିବାର ଛାପ ସିଏମସିରେ ଦେଖିବାକୁ ମିଳିଛି । ଗୋଟିଏ ପରେ ସରକାର ଗରିବ ଜନସାଧାରଣଙ୍କ ବିକାଶ ନିମନ୍ତେ ଆବାସ ଯୋଜନା ଠାରୁ ଆରମ୍ଭ କରି ଖାଦ୍ୟସୁରକ୍ଷା ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଜନହୀତକର କାର୍ଯ୍ୟ କରୁଛନ୍ତି । ମାତ୍ର ଏଠାରେ କିଛି ମୁଷ୍ଟିମେୟ ରାଜନୈତିକ ବ୍ୟକ୍ତିବିଶେଷ ଓ ଅପାରଗ ଅଧିକାରୀ ଏବଂ କର୍ମଚାରୀଙ୍କ ଯୋଗୁଁ ପ୍ରତ୍ୟେକ ସରକାରୀ ଯୋଜନା ଠିକ୍ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଫଲରେ ଏସବୁ ଦିଗହରା ହେଉଛି ବୋଲି ବିଜେପି ନାରୀ ନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବାବେଳେ ଏଠାରେ ଡେପୁଟି ମେୟରଙ୍କ ଭଳି ଜଣେ ଜନ ପ୍ରତିନିଧି ରାସନକାର୍ଡ଼ ହାତେଇବା ସରକାରୀ ଅଧିକାରୀଙ୍କ ସ୍ୱଚ୍ଛତା, କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏପରିକି ଡେପୁଟି ମେୟର ୨ଟି ବସ୍ତିରେ ୨ଟି ଘର ସହିତ ସିଏମସିରୁ ଚାରିଚକିଆ ଗାଡ଼ି, ମୋବାଇଲ ଓ ଅର୍ଥ ପାଉଥିଲେ ମଧ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାସନ ନେଉଥିବା ଜଣାପଡ଼ିଛି । ତେବେ ଏ ନେଇ ସିଏମସିର ବସ୍ତିଉନ୍ନୟନ ଅଧିକାରୀ, ଗୋଷ୍ଠି ସଂଗଠିକାଙ୍କ ଆରମ୍ଭ କରି ଯୋଗାଣ ବିଭାଗ ଅଧିକାରୀ ଏପରିକି ସିଏମସି କମିଶନର ମଧ୍ୟ କିଭଳି ଜାଣି ପାରିଲେ ନାହିଁ । ତେବେ ଏସବୁ ଜାଣିବା ପାଇଁ ସେମାନଙ୍କ ନିକଟରେ ସୁଯୋଗ ନଥିଲା ନାଁ ଜାଣିଶୁଣି ଆଖି ବନ୍ଦ କରିଦେଇଥିଲେ ତାହାର ଉତ୍ତର କଟକବାସୀଙ୍କୁ ଦିଆଯିବା ଉଚିତ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବି ଉଠାଇଛନ୍ତି । ଅନ୍ୟପକ୍ଷରେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝି ଖାଦ୍ୟ ସୁରକ୍ଷା ଆଇନ୍ ୨୦୧୫ଦ୍ୱାରା ରାସନ କାର୍ଡ ପାଇବା ପାଇଁ ଅଯୋଗ୍ୟ ହୋଇଥିଲେ ମଧ୍ୟ କଟକ ଜିଲ୍ଲା ଯୋଗାଣ ଅଧିକାରୀ ଓ ସିଏମସି ବସ୍ତି ଉନ୍ନୟନ ଅଧିକାରୀଙ୍କ କ୍ଷମତାର ଅପବ୍ୟବହାର ଓ ଅହେତୁକ ଅନୁକମ୍ପା ଲାଗି ସେ ଏବଂ ବହୁ ଅଯୋଗ୍ୟ ବ୍ୟକ୍ତି ରାସନ କାର୍ଡ ହାତେଇ ନେଇଛନ୍ତି । ତେଣୁ ଏହାକୁ ବିରୋଧ କରି ବିଜେପି ନେତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧି ମଣ୍ଡଳୀ ଆଜି ଦୁଇ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠନ ପାଇଁ କଟକ ଡିସିପିଙ୍କ ନିକଟରେ ଏତଲା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ