ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ
କଟକ (ଏନ୍.ଏମ୍.): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା, ସ୍ୱଚ୍ଛତା ବଜାୟ ରଖିବା ସହ ଜୀବନର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ମୂଳୋତ୍ପୋଟନ ପାଇଁ ବିନା ଦ୍ୱିଧାରେ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଆର.କେ. ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା), ସଞ୍ଜୀବ ପଣ୍ଡା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ), ଦେବଦତ୍ତ ସିଂ,ଆଇ.ଜି (ହେଡକ୍ୱାର୍ଟସ), ଜତୀନ୍ଦ୍ର କୋଏଲ, ଆଇ.ଜି (ପ୍ରୋଭିଜନିଂ), ପ୍ରବୀଣ କୁମାର, ଆଇ.ଜି (ପର୍ସୋନେଲ)ଓ ଅମିତେନ୍ଦ୍ର ନାଥ ସ୍ନିହା, ଆଇ.ଜି (କ୍ରାଇମ ବ୍ରାଞ୍ଚ) ପ୍ରମୁଖ ଉପସ୍ଥିତ ଥିଲେ । ପୁଲିସ ମୁଖ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, ସଂସ୍ଥା ଅଧିକାରୀ, ଉପ ବିଭାଗ ଅଧିକାରୀ, ସହକାରୀ ଉପବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ସହକାରୀ ଦୁର୍ଗପତି ପଙ୍କଜ କୁମାର ନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।