ରାଜ୍ୟସରକାର ବଢ଼ାଇଦେଲେ ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ

ରାଜ୍ୟସରକାର ବଢ଼ାଇଦେଲେ ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ

ରାଜ୍ୟସରକାର ବଢ଼ାଇଦେଲେ ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ


#ଭୁବନେଶ୍ୱର(ଏନ୍‌.ଏମ୍‌.): ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ରାଜ୍ୟସରକାର ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ହାତ ଖୋଲି ଦେଇଛନ୍ତି । ସମସ୍ତ ବର୍ଗର କର୍ମଚାରୀଙ୍କ ନିମନ୍ତେ ବେତନ ବୃଦ୍ଧି ଠାରୁ ଆରମ୍ଭ କରି ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସର୍ଭିସ ପ୍ରୋଭାଇଡିଂ ଏଜେନ୍ସି ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ରାଜ୍ୟସରକାର ଆଉଟସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି କରିବା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ ଓ ଅଭିଯୋଗ ଶୁଣାଣି ଆଦି ବ୍ୟବସ୍ଥା କରିଛନ୍ତି । ଅଭିଜ୍ଞତା ଥିବା ଆଉଟସୋର୍ସିଂ କର୍ମଚାରୀଙ୍କୁ ଅଧିକ ପାରିଶ୍ରମିକ ମିଳିବ । ପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ୧ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି । ସେମାନେ ଯେପରି ମାସ ଶେଷରେ ଠିକ୍ ସମୟରେ ସେମାନଙ୍କର ପାରିଶ୍ରମିକ ପାଇପାରିବେ ସେ ନେଇ ବ୍ୟବସ୍ଥା ଗ୍ରହଣ କରିଛନ୍ତି ସରକାର । ଯେଉଁ ଆଉଟସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ । ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ । ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସି ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍ ଆଉଟସୋର୍ସିଂ ଏମ୍ପେ୍ଲାଇଜ୍ ଓମ୍ବୁଡ୍ସମ୍ୟାନ୍ ଗଠନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସିଙ୍କ ଅଭିଯୋଗ ଶୁଣାଣି କରିବା ପାଇଁ ପ୍ରତି ବିଭାଗରେ ଜଣେ ଲେଖାଏଁ ନୋଡାଲ ଅଫିସର ରହିବେ । ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସିଗୁଡ଼ିକ ଯେପରି ଅତି ସହଜରେ ସେମାନଙ୍କ ଅଭିଯୋଗଗୁଡ଼ିକ ଦାଖଲ କରିପାରିବେ, ସେଥିପାଇଁ ଏକ ସଫ୍ଟୱୟାର ଆପ୍ଲିକେସନ୍ ବିକଶିତ କରାଯିବ । ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ ପ୍ରୋଭାଇଡିଂ ଏଜେନ୍ସିଗୁଡ଼ିକ ସହିତ ସପ୍ଲିମେଣ୍ଟାରୀ ଏଗ୍ରୀମେଣ୍ଟ କରିବେ ବୋଲି ଘୋଷଣା କରାଯାଇଛି । ଯାହା ଦ୍ୱାରା ସର୍ଭିସ ପ୍ରୋଭାଇଡିଂ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳିଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି